www.samajalive.in
Saturday, December 13, 2025
23.1 C
Bhubaneswar

ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନେମାଳ : ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଆଦର୍ଶ କିରାଣୀ କୈଳାସ ଚନ୍ଦ୍ର ଭୋଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଭ୍ରମରବର ମିଶ୍ର ଯୋଗଦେଇଥିଳେ। ଅନ୍ୟାନ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲିପ କୁମାର ଦେ , ଲୋକନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶରତ କୁମାର ମହାନ୍ତି, କିଶୋରନଗର ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଅଜିତ କୁମାର ମୁଖାର୍ଜି, ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ଦାସ, ସାଲେପୁର ମହାବିଦ୍ୟଳୟର ପ୍ରାଧ୍ୟାପିକା ନମିତା ଦିକ୍ଷିତ୍‍, ପ୍ରାଧ୍ୟାପକ ନିରଞ୍ଜନ ଶତପଥି ଯୋଗଦେଇ ବରିଷ୍ଠ କିରାଣୀଙ୍କୁ ଜଣେ ନୀତି ପରାୟଣା ବିରଳ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ତଥା ନିଷ୍ଠାପର ଓ ଛାତ୍ର ବତ୍ସଳ ଭାବନାର ବ୍ୟାପକତା ଓ ସମୟାନୁବର୍ତ୍ତୀତା ସମ୍ପର୍କରେ ଆଲୋକପାତ କରି ତାଙ୍କ ଆଦର୍ଶକୁ ଅନୁକରଣ କରିବା ପାଇଁ ସୁଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଯୋଗଦେଇ ଥିଲେ।ଏହି ଉତ୍ସବରେ ଆଦର୍ଶ ତଥା ବରିଷ୍ଠ କିରାଣୀଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ, ଉପଢୌକନ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା ଶେଷରେ ଅଧ୍ୟାପକ ବିନୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories