www.samajalive.in
Sunday, December 7, 2025
23.1 C
Bhubaneswar

ଖାଆନ୍ତୁ ଏହିସବୁ ଖାଦ୍ୟ : ନିୟନ୍ତ୍ରିତ ରହିବ ରକ୍ତରେ ଶର୍କରା ପରିମାଣ

ଆଜିକାଲି ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇବା ଏକ ସାଧାରଣ କଥା ହୋଇଗଲାଣି। ବହୁତ ଲୋକ ଏହାର ଶିକାର ହେଉଛନ୍ତି। ଦୈନନ୍ଦିନର ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଉ। ତେଣୁ ଆମ ଶରୀର ଅନେକ ରୋଗର ଶିକାର ହୁଏ। ନିରୋଗ ଓ ସୁସ୍ଥ ରହିବା ପାଇଁ ପ୍ରତିଦିନ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଫାଇବର୍‍ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରୁ ଆମକୁ ଫାଇବର୍‍ ମିଳିଥାଏ ତଥା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ –

ମେଥି :
ମେଥି ଓ ମେଥି ପତ୍ର ଉଭୟ ମଧୁମେହ ସହ ଲଢିବାରେ ସହାୟକ ହୋଇଥାଆନ୍ତି। ଏଥିରେ ଫାଇବର୍‍ ପ୍ରଚୁର ପରିମାଣରେ ଥାଏ। ଯାହା ରକ୍ତରେ ଶର୍କରା ବୃଦ୍ଧିକୁ ନିମନ୍ତ୍ରଣ କରିଥାଏ। ଏହା ଶରୀରରେ କୋଲେଷ୍ଟ୍ରଲକୁ କମାଇଥାଏ। ରାତିରେ ଶୋଇବା ପୂର୍ବରୁ ମେଥି ଖାଇବା କିମ୍ବା ସକାଳୁ ମେଥି ଭିଜା ପାଣି ପିଇବା ବହୁତ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ।

- Advertisement -

ଡ଼ାଲି :
ଡ଼ାଲିରେ ପୁଷ୍ଟସାର ସହ ଫାଇବର୍‍ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଡ୍‍ର ୪୦ ପ୍ରତିଶତ କେବଳ ଫାଇବର୍‍ ହୋଇଥାଏ, ଯାହା ରକ୍ତରେ ଶର୍କରା ପରିମାଣ କମାଇବାରେ ସହାୟକ ହୋଇଥାଏ।

ପିଜୁଳି :
ପିଜୁଳିରେ ବହୁତ ଫାଇବର୍‍ ରହିଥାଏ। ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମଧୁମେହ ରୋଗୀ ମାନଙ୍କର ପ୍ରାୟତଃ କୋଷ୍ଠକାଠିନ୍ୟର ଅଭିଯୋଗ ରହିଥାଏ। ପିଜୁଳି ଏକ ଉତ୍ତମ ଜଳଖିଆ ହୋଇଥାଏ।

ଏହାଛଡ଼ା ଅମୃତଭଣ୍ଡା, ତରଭୁଜ, ସବୁଜ ପନିପରିବା, ବିଲାତି ବାଇଗଣ ଓ ବୋଇତାଳୁ ମଞ୍ଜି ଆଦି ମଧୁମେହ ରୋଗୀ ଖାଇବା ଆବଶ୍ୟକ। ତତସହିତ ଦୈନିକ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories