ଭୁବନେଶ୍ୱରରେ ଖୋଲିଲା ଟିଏମଟି ଲ ପ୍ରାକ୍ଟିସ କାର୍ଯ୍ୟାଳୟ
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଆଇନ ସହାୟତା ଯୋଗାଣକାରୀ ସଂସ୍ଥା ଟିଏମଟି ଲ ପ୍ରାକ୍ଟିସ ଏଠାରେ ତାହାର ଏକ କାର୍ଯ୍ୟାଳୟ ସ୍ଥାପନ କରିଛି। ଏଥିସହିତ ବାଙ୍ଗାଲୋରକୁ ମଧ୍ୟ ଏହା ସମ୍ପ୍ରସାରିତ ହୋଇଛି। ଦିଲ୍ଲୀସ୍ଥିତ ଏହି ଆଇନ ସହାୟତା କମ୍ପାନୀ ସେଠାରେ ଏକ ନୂଆ କାର୍ଯ୍ୟାଳୟ ଖୋଲିବା ସହିତ ମୁମ୍ବଇର ନରିମାନ ପଏଣ୍ଟରେ ଏକ ବୃହତ୍ତର କାର୍ଯ୍ୟାଳୟ ସ୍ଥାପନ କରିଛି। ଭୁବନେଶ୍ୱରରେ ଲାବନ ଦାସ ଏହାର ସହଯୋଗୀ ଅଂଶୀଦାର ଭାବରେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଇନ ସହାୟତା ପ୍ରଦାନକାରୀ ଦଳରେ ସୌମିତ୍ର ବୋଷ ମଧ୍ୟ ଯୋଗଦେଇଛନ୍ତି। ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ଦେଶର ପୂର୍ବଭାଗରେ ମହକିଲଙ୍କର ଆଇନଗତ ଆବଶ୍ୟକତା ପୂରଣ କରିବ ବୋଲି ଟିଏମଟି ଲ ପ୍ରାକ୍ସିସର ପରିଚାଳନା ସହଭାଗୀ ଅଭିଷେକ ମାଲହୋତ୍ରା କହିଛନ୍ତି।
Comments are closed.