ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ କରୋନା ସଂକ୍ରମିତ
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରେ ୫୫, ବାଲେଶ୍ୱର ୭୨, ବରଗଡ ୩, ଭଦ୍ରକ ୬୦, ବଲାଙ୍ଗୀର ୪, ବଉଦ ୪ ଏବଂ କଟକ ଜିଲାରେ ୧୩୫ ଚିହ୍ନଟ ହୋଇଛନ୍ତି।
ସେହିଭଳି ଦେବଗଡରେ ୮, ଢେଙ୍କାନାଳ ୭, ଗଞ୍ଜାମ ୨, ଜଗତସିଂହପୁର ୬୩, ଯାଜପୁର ୧୩, ଝାରସୁଗୁଡା ୬, କଳାହାଣ୍ଡି ୧, କନ୍ଧମାଳ ୪, କେନ୍ଦ୍ରାପଡା ୬୬, କେନ୍ଦୁଝର ୮ ଏବଂ ଖୋର୍ଦ୍ଧା ଜିଲାରୁ ୩୮୮ ଚିହ୍ନଟ ହୋଇଛନ୍ତି। କୋରାପୁଟରୁ ୨, ମାଲକାନଗିରି ୪, ମୟୁରଭଞ୍ଜ ୨୦, ନବରଙ୍ଗପୁର ୫, ନୟାଗଡ ୨୦ ଏବଂ ନୂଆପଡା ଜିଲାରୁ ୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଅନୁରୂପ ଭାବରେ ଗୋଟିଏ ଦିନରେ ପୁରୀରୁ ୪୮, ରାୟଗଡା ୬, ସମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ ୫ ଏବଂ ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସୋମବାର ଦିନକ ମଧ୍ୟରେ ୧୭୮୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୧୪୩୨୫ ଜଣ କରୋନା ରୋଗୀ ରହିଛନ୍ତି।
Comments are closed.