www.samajalive.in
Sunday, December 7, 2025
26.1 C
Bhubaneswar

ଦିନକୁ ସାଢ଼େ ୩ଲକ୍ଷ ଟିକାକରଣ କର: ଏସିଏସ୍‌

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ମାସରେ ଭାରତ ସରକାରଙ୍କ ପକ୍ଷରୁ ୪୩ ଲକ୍ଷ ୪୮ହଜାର ୫୭୦ ପାନ ଟିକା ଆସିବ। ଏଥିରେ ରାଜ୍ୟ ସରକାରଙ୍କୁ ୩୩ ଲକ୍ଷ ୭୨ହଜାର ୨୮୦ ପାନ ମାଗଣା ଟିକା ରହିଥିବାବେଳେ ୯ଲକ୍ଷ ୭୬ହଜାର ୨୯୦ ପାନ ବିଭିନ୍ନ ଘରୋଇ ଚିକିତ୍ସାଳୟର ଟିକା ରହିଛି। ଏହି ଟିକାକୁ କିଭଳି ଠିକଣା ଭାବେ ପ୍ରତିଦିନ ଦିଆଯିବ ଏବଂ ଅତି କମରେ ଦିନକୁ ସାଢ଼େ ୩ ଲକ୍ଷ ଲେଖାଏଁ ପାନ ଟିକାକରଣ କରାଯିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ ଆୟୁକ୍ତ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଶ୍ରୀ ମହାପାତ୍ର ବ୍ୟକ୍ତିଗତ ଭାବେ ଦେଇଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସରେ ୨୯ଲକ୍ଷ ୫୬ହଜାର ୯୯୦ ପାନ ‘କୋଭିସିଲ୍ଡ’ ପାନ ଏବଂ ୪ଲକ୍ଷ ୧୫ହଜାର ୨୮୦ ପାନ ‘କୋଭାକ୍ସିନ୍’ ଟିକା ରାଜ୍ୟ ସରକାରଙ୍କୁ ମାଗଣା ବାବଦକୁ ମିଳିବ। ଅବଶିଷ୍ଟ ୯ଲକ୍ଷ ୭୬ହଜାର ୨୯୦ ପାନ ଘରୋଇ ଚିକିତ୍ସାଳୟ ଟିକା ମଧ୍ୟରୁ ୮ଲକ୍ଷ ୪୪ହଜାର ୭୮୦ ପାନ ‘କୋଭିସିଲ୍ଡ’ ଏବଂ ୧ ଲକ୍ଷ ୩୧ହଜାର ୫୧୦ ପାନ ‘କୋଭାକ୍ସିନ’ ଟିକା ଆସିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଇତିମଧ୍ୟରେ ୧କୋଟି ୬୪ଲକ୍ଷ ଟିକାକରଣ ହୋଇସାରିଲାଣି। ଜୁଲାଇରେ ଦୈନିକ ଟିକାକରଣ ହାର ୧.୯୪ଲକ୍ଷ ରହିଛି। ଅଗଷ୍ଟରେ ଅଧିକ ଟିକା ଆସିବ। ତେଣୁ ପ୍ରତିଦିନ ଜିଲାଗୁଡିକୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି ତାକୁ ପୂରଣ କରିବାକୁ ପଡ଼ିବ। ଟିକାକରଣ ବେଳେ ଦ୍ବିତୀୟପାନ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ପ୍ରାଥମିକତା ଦିଆଯିବ। ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାପାଇଁ ଅଙ୍ଗନବାଡି କର୍ମୀ, ଆଶାକର୍ମୀଙ୍କୁ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇପାରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories