ଚତୁର୍ଥ ଟେଷ୍ଟ ; ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ
ସାଉଥହାମ୍ପଟନ୍ : ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଟସ୍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୨ୟ ଓଭରରେ ଇଂଲଣ୍ଡ ପ୍ରଥମ ୱିକେଟ ହରାଇଥିବା ବେଳେ ୭.୧ ଓଭରରେ ୨ୟ ୱିକେଟର ପତନ ଘଟିଥିଲା। ସେହିପରି ୧୨.୬ ଓଭରରେ ୩ୟ ଏବଂ ୧୭.୧ ଓଭରରେ ୪ର୍ଥ ୱିକେଟର ପତନ ଘଟିଛି । ଯଶପ୍ରୀତ ବୁମରା ୨ଟି ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା ଗୋଟିଏ ଏବଂ ପାଣ୍ଡ୍ୟା ଗୋଟିଏ ଲେଖାଁଏ ୱିକେଟ ନେଇଛନ୍ତି।
ସିରିଜ୍କୁ ୨-୨ କରିବା ଲକ୍ଷ୍ୟରେ ଭାରତ ୪ର୍ଥ ଟେଷ୍ଟ ଖେଳିବାକୁ ଓହ୍ଲାଇଛି । ତେବେ କ୍ରମାଗତ ୨ଟି ପରାଜୟ ପରେ ଯେପରି ଭାବେ ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟରେ ଭାରତ ସହଜ ବିଜୟ ହାସଲ କରିଥିଲା; ତାହା ବିରାଟ କୋହଲି ବାହିନୀକୁ ନିଶ୍ଚୟ ଉତ୍ସାହିତ କରିଛି। ତେଣୁ ନୂଆ ଉତ୍ସାହ ଓ ଅଧିକ ଆତ୍ମବିଶ୍ୱାସର ସହ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ପୁଣି ଏହି ମ୍ୟାଚ୍ ହାରିଲେ ଭାରତ ବିଦେଶରେ କ୍ରମାଗତ ୨ୟ ସିରିଜ୍ ହାରିବ। ତେଣୁ ମ୍ୟାଚ୍ ଜିତିବା ପାଇଁ ଭାରତ ସବୁପ୍ରକାର ପ୍ରୟାସ କରିବ।
ଏହି ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟମ୍ୟାଚ୍ ଖେଳା ଯାଇଥିବା ବେଳେ ଇଂଲଣ୍ଡ ଏଥିରେ ୨୬୬ ରନ୍ରେ ବିଜୟୀ ହୋଇଥିଲା। ଭାରତ ଚଳିତବର୍ଷ ବିଦେଶରେ ୬ଟି ଟେଷ୍ଟମ୍ୟାଚ୍ ଖେଳିଥିବା ବେଳେ ୪ଟିରେ ପରାସ୍ତ ହୋଇ ୨ଟିରେ ବିଜୟଲାଭ କରିଛି ।