ରାମନାଗୁଡା : ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ର ବୁଧବାର ରାମନାଗୁଡା ବ୍ଲକ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ସେ ପ୍ରଥମେ ସୁଣ୍ଡିଢାମୁଣୀ ନବନିର୍ମିତ ହୋଇଥିବା ମିଶନଶକ୍ତି ଗୃହ ପରିଦର୍ଶନ କରିଥିଲେ। ପରେ ସୁଣ୍ଡିଢାମୁଣୀର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଭେଟି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସରକାରୀ ସହାୟତା ସହ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଏକ ହଳଦୀଗୁଣ୍ଡ ପ୍ରୋସେଙ୍ଗିଂ ୟୁନିଟ କରିବା ପାଇଁ ପରାମର୍ଶ ଦେବା ସହ ଅଙ୍ଗନୱାଡି କର୍ମୀଙ୍କୁ ଠିକ୍ ସମୟରେ ଅଣ୍ଡା, ଛତୁଆ ଆଦି ପ୍ରଦାନ ସର୍ମ୍ପକରେ ପଚାରି ବୁଝିଥିଲେ।ପରେ ରାମନାଗୁଡା ଉଚ୍ଚ ବିଦ୍ୟାଳୟ ଆସି ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ନିର୍ମାଣଧିନ କାର୍ଯ୍ୟ ପରିଦର୍ଶନ କରିବା ସହ ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ।

ପରେ ବିଦ୍ୟାଳୟର କ୍ଲାସ ରୁମ୍କୁ ଯାଇ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ବିଦ୍ୟାଳୟ ଓ ଏବେ ବିଦ୍ୟାଳୟର ନିର୍ମାଣଧିନ କାର୍ଯ୍ୟ ତଥା ସ୍ମାର୍ଟ କ୍ଲାସରୁମ ନିର୍ମାଣ କରାଯାଉଥିବା କହିବା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୬୦ପ୍ରତିଶତ ଉର୍ଦ୍ଧ୍ବ ନମ୍ବର ରଖି ନିଜ ବିଦ୍ୟାଳୟ ନାମ ରଖିବାକୁ କହିଥିଲେ। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପିଡି ଡିଆରଡିଏ ମହେଶ୍ବର ନାୟକ, ତହସିଲଦାର, ଜୟଶ୍ରୀ ମଲ୍ଲିକ, ରାମନାଗୁଡା ବିଡ଼ିଓ ବେଣୁଧର ଶବର, ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ପ୍ରମୋଦ ମିଶ୍ର,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ।



