www.samajalive.in
Saturday, December 13, 2025
27.1 C
Bhubaneswar

ପ୍ରସିଦ୍ଧ ଘୁମରେଶ୍ୱରର ଉନ୍ନତିକରଣ ପାଇଁ ଜିଲାପାଳଙ୍କୁ ଭେଟିଲା ମନ୍ଦିର କମିଟି

ନବରଙ୍ଗପୁର: ନବରଙ୍ଗପୁର ଜିଲାର ପ୍ରସିଦ୍ଧ ଝରିଗୁମ୍ମାର ପ୍ରସିଦ୍ଧ ଶ୍ରୀ ଘୁମରେଶ୍ୱର ଶିବମନ୍ଦିର ଉନ୍ନତିିକରଣ ପାଇଁ ମନ୍ଦିର କମିଟି ପକ୍ଷରୁ ଜିଲାପାଳ ଡଃ. ଅଜିତ୍‍ କୁମାର ମିଶ୍ରଙ୍କୁ ଭେଟି ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୁର ଏହି ମନ୍ଦିର ପାହାଡ ତଳେ ଝରଣାକୁ ଲାଗି ଗୁମ୍ଫାରେ ଶିବଲିଙ୍ଗ ରହିଛି। ଗତ ୨୦୦୫ ମସିହାରେ ସ୍ୱପ୍ନାଦେଶ ପରେ ଏହି ଶିବଲିଙ୍ଗ ଜାଣିବା ପରେ ସେହିଦିନଠାରୁ ଅଞ୍ଚଳବାସୀଙ୍କର ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି। ଝରଣାର କୁଳୁକୁଳୁ ନାଦ ସହ ବନପାହାଡର ଅପୂର୍ବସୁନ୍ଦର ଭକ୍ତ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ଏହା ନବରଙ୍ଗପୁର ଓ କଳାହାଣ୍ଡି ଜିଲାର ସୀମାନ୍ତ ଘାଟି ମଧ୍ୟରେ ରହିଥିବାବେଳେ ଏଠାକୁ ଉଭୟ ଜିଲାର ବହୁଭକ୍ତଙ୍କର ଦୈନିକ ଆସିଥାନ୍ତି। ଏହା ଛଡା ପ୍ରତି ସୋମବାର , ବିଶେଷ ପର୍ବପର୍ବାଣି ଓ ପୂଜାଦିନ ଏହି ମନ୍ଦିରରେ ବହୁ ଭକ୍ତ ସମାଗମ ହୋଇଥାଏ।

ଏହି ମନ୍ଦିରକୁ ଯିବାପାଇଁ ପାହାଡର ଉପରୁ ତଳ ପର୍ଯ୍ୟନ୍ତ ପାହାଚ ନିର୍ମାଣ କରାଯାଇଥିବାବେଳେ ଅନ୍ୟାନ୍ୟ ଆନୁସଙ୍ଗୀକ ବିକାଶର ଆବଶ୍ୟକତା ରହିଛି। କମିଟିପକ୍ଷରୁ ଏଠାରେ ଏକ ପାର୍କନିର୍ମାଣ, ରାସ୍ତାପାର୍ଶ୍ବରେ ଗାର୍ଡୱାଲ ନିର୍ମାଣ ଓ ଗଭୀର ନଳକୂପ ଖନନର ଆବଶ୍ୟକତା ସଂପର୍କରେ ଆଲୋଚନାକରି ଲିଖିତ ଭାବେ ଜଣାଇଥିଲେ। ଜିଲାପାଳ ଡଃ.ମିଶ୍ର ଏହି ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ। ଆଲୋଚନା ବେଳେ କମିଟିର କର୍ମକର୍ତ୍ତା ପ୍ରମୋଦ କୁମାର ଦାଶ, ଡମ୍ବରୁଧର ଭତରା, ଅଞ୍ଚଳଗୁମ୍ମା ସରପଞ୍ଚ ସୂର୍ଯ୍ୟରନ୍ଧାରୀ, ଦାମୋଦର ବିଷୋୟୀ, ଭବାନୀ ପ୍ରସାଦ ବିଷୋୟୀ, ହରି ନାୟକ, ତପନକୁମାର ବିଷୋୟୀ, କମଳୁ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଦଳପତି ଓ ପର୍ଶୁରାମ ବିଷୋୟୀ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories