www.samajalive.in
Friday, December 12, 2025
17.1 C
Bhubaneswar

ଅଗଷ୍ଟରେ ନବରଙ୍ଗପୁରରେ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ

ନବରଙ୍ଗପୁର: ଆସନ୍ତା ଅଗଷ୍ଟ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲାର ସମସ୍ତ ଦିବ୍ୟାଙ୍ଗ ଶିଶୁ ସର୍ଭେ କରାଯାଇ ଚିହ୍ନଟ କରାଯିବ। ଏଥିପାଇଁ ଜିଲାସ୍ତରରେ ଏକ ପ୍ରସ୍ତୁିତ ବୈଠକ ଓ ତାଲିମ ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଅଧ୍ୟକ୍ଷତା କରି ଆସନ୍ତା ଅଗଷ୍ଟମାସରେ ଜିଲାର ସମସ୍ତ ଦିବ୍ୟାଙ୍ଗ ଶିଶୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲା ଓ ବ୍ଳକସ୍ତରରେ ତାଲିମ ପ୍ରଦାନ କରାଯିବାକୁ ଗୁରୁତ୍ୱ ଦେଇଥିଲେ। ଦିବ୍ୟାଙ୍ଗ ଶିଶୁ ଚିହ୍ନଟ ହେବା ପରେ ସେମାନଙ୍କୁ କିଭଳି ପୁନର୍ବାସ କରାଯିବ ଓ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଜିଲାର ଜଣେ ମଧ୍ୟ ଦିବ୍ୟାଙ୍ଗ ଶିଶୁ ଯେପରି ଏହି ସର୍ଭେରୁ ବାଦ୍‍ ପଡିବେନି ଏଥିପ୍ରତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ୩ଜଣ ମାଷ୍ଟରଟ୍ରେନର, ବିଏସ୍‍ଏସ୍‍ଓ ଧନୁର୍ଜୟ ରାଓ, ୧୦ଟିବ୍ଳକର ଆଇସିଡିଏସ ୨ଜଣ ଲେଖାଏଁ ସୁପରଭାଇଜର ଓ ଶିକ୍ଷା ବିଭାଗର ବିଆରସିସିମାନେ ଯୋଗ ଦେଇଥିଲେ। ଜିଲାସ୍ତରରେ ତାଲିମ ପରେ ବ୍ଲକସ୍ତରରେ ତାଲିମ କରାଯାଇ ଅଙ୍ଗନବାଡୀ କର୍ମୀଙ୍କୁ ମଧ୍ୟ ସର୍ଭେ ପାଇଁ ତାଲିମ ଦିଆଯିବ ବୋଲି ଜଣାଯାଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories