www.samajalive.in
Saturday, December 13, 2025
27.1 C
Bhubaneswar

ବାର୍‍ହା ଆକ୍ରମଣରେ ୪ ଚାଷୀ ଗୁରୁତର

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତର ୪ଜଣ ଚାଷୀଙ୍କୁ ମଙ୍ଗଳବାର ସକାଳେ ଏକ ବାର୍‍ହା ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଛି। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବାର୍‍ହାଟି ହିଂସ୍ର ହୋଇପଡ଼ିଥିବାରୁ ଅଧିକ ବିପଦ ସୃଷ୍ଟି ନକରିବା ପାଇଁ ବନ ବିଭାଗର କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥିବା ଜଣାପଡ଼ିଛି।

ସକାଳ ପ୍ରାୟ ୬ଟାରୁ ସାଢ଼େ ୬ଟା ମଧ୍ୟରେ ହାଟମାଳ ପଞ୍ଚାୟତର ଶୁଣ୍ଠିପାଳ ଗ୍ରାମର ଚାଷୀ ପ୍ରସନ୍ନ ପଣ୍ଡା (୪୩ ) ଓ ବାଙ୍କନିଧି ସାହୁ (୪୨) ଏବଂ ହାଟମାଳ ଗ୍ରାମର ଦୁଃଶାସନ ରାଉତ (୪୨) ଓ ଶ୍ରୀଧର ସାହୁ (୫୫ ) ନିଜନିଜ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଥିବା ଗୋଟିଏ ବଡ଼ ବାର୍‍ହା ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ବାର୍‍ହାଟି ପ୍ରସନ୍ନଙ୍କ ବେକକୁ କାମୁଡ଼ି ଗଭୀର କ୍ଷତ ସୃଷ୍ଟି କରିବା ସହ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ କାମୁଡ଼ି ସର୍ବାଙ୍ଗ ରକ୍ତାକ୍ତ କରିଦେଇଛି। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଅନ୍ୟ ତିନିଜଣଙ୍କର ହାତ, ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନକୁ ବାର୍‍ହା କାମୁଡ଼ି ମାଂସ ଚିରିଦେବା ସହ ଗଭୀର କ୍ଷତି ସୃଷ୍ଟି କରିଛି। ଶୁଣ୍ଠିପାଳ ଗ୍ରାମର ବାଙ୍କନିଧି ଏବଂ ହାଟମାଳର ଦୁଃଶାସନ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଘରକୁଫେରିଥିବା ବେଳେ ଶ୍ରୀଧରଙ୍କ ଛାତିରେ ଆଘାତ ଲାଗିଥିବାରୁ ସେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି।

- Advertisement -

ଘଟଣା ସମ୍ପର୍କରେ ଖବର ପାଇବା ପରେ ତିଗିରିଆ ବନପାଳ ରାକେଶ କୁମାର ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ ଡାକ୍ତରଖାନା ଯାଇ ଆହତଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହଯୋଗ କରିଛନ୍ତି। ବନ ବିଭାଗ ପକ୍ଷରୁ ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଉଥିବା ବନପାଳ ଶ୍ରୀ ପ୍ରଧାନ କହିଛନ୍ତି।

ମହାନଦୀ କୂଳବର୍ତ୍ତୀ ବିଭିନ୍ନ ପନିପରିବା କ୍ଷେତ ମଧ୍ୟରେ ପାଳୁଅ ଓ କନ୍ଦମୂଳ ସହିତ ମହାନଦୀ କୂଳକୁ ଲାଗି ରହିଥିବା ଘଞ୍ଚ କାଜୁ ବଗିଚା ଓ ଅନ୍ୟାନ୍ୟ ବଣବୁଦା ମଧ୍ୟରେ ଖାଦ୍ୟ ସଂଗ୍ରହ ଲାଗି ନିକଟସ୍ଥ ବଡ଼ମ୍ବା ବ୍ଲକ ଅନ୍ତର୍ଗତ କୁମାରିଙ୍ଗା ପାହାଡ଼ରୁ ଏହି ବାର୍‍ହାଟି ଆସିଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତ ପ୍ରାୟ ୨ବର୍ଷ ହେଲା ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ କ୍ଷେତବାଡ଼ିରେ ବାର୍‍ହା ଉପଦ୍ରବ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବାର୍‍ହା ମାନଙ୍କ ଉପଦ୍ରବରୁ ରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବନ ବିଭାଗର କୌଣସି କର୍ମଚାରୀ ନଥିବାରୁ ଚାଷୀଙ୍କର ପ୍ରଭୃତ କ୍ଷତି ଘଟୁଛି। ଏନେଇ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ହିଂସ୍ର ହୋଇପଡ଼ିଥିବା ବାର୍‍ହାଟି ଏବେ ମହାନଦୀ କୂଳ ବଣବୁଦା ରହିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories