ବ୍ରହ୍ମପୁର: ଛତ୍ରପୁର ନିକଟ କଲେଜ ଛକରେ ଏକ ଟ୍ରକ ଓଲଟି ଡ୍ରାଇଭର ଆହତ ହୋଇଛି। ଟ୍ରକରେ ଟମାଟୋ ବୋଝେଇ ହୋଇଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଆହତ ଡ୍ରାଇଭରକୁ ପୁଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନଏଚ ୫ରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। କଲେଜ ରାସ୍ତାରେ ଏକ ଖାଲ ରହିଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦିଗ ପ୍ରତି ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ଛତ୍ରପୁର ବାସୀମାନେ କହିଛନ୍ତି।
Popular Categories



