www.samajalive.in
Monday, December 15, 2025
15.1 C
Bhubaneswar

ଧାମରାରେ ଧାରଣା, ବୋଟ ଚଳାଚଳ ବନ୍ଦ

ଧାମରା: ଧାମରା ଅଞ୍ଚଳରେ ଥିବା ୩ଟି ଫେରି ଘାଟକୁ ନେଇ ହୋଇଥିବା ବିବାଦକୁ ପ୍ରଶାସନ ସମାଧାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗରେ ଗଣଧାରଣା ଦିଆଯାଇଛି। ବିବଦାର ସମାଧାନ ସୂତ୍ର ପ୍ରଶାସନ ପାଖରେ ଥିବା ବେଳେ ପ୍ରଶାସନ ଜାଣିଶୁଣି ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଧାମରା ବିଜେପି ଏବଂ ଭଦ୍ରକ ଜିଲା ଦଳିତ ମଞ୍ଚ ପକ୍ଷରୁ ଗତ ୩ ତାରିଖ ଦିନ ହବାଳି ଘାଟ ଠାରେ ଏକ ଗଣଧାରଣା ଦିଆଯାଇଥିଲା। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଭଡା ଲାଗୁ କରିବା , ସରକାରୀ ଫଳକରେ ସ୍ଥିରୀକୃତ ଭଡା ଭାବଦରେ ଉଲ୍ଲେଖ କରିବା, ଡଙ୍ଗାରେ ଅଧିକ ଲୋଡିଂ ନ କରିବା, ଫେରିଘାଟରେ ନିଲାମକୁ ଠିକ ସମୟରେ କରିବା, ଜୁଆରିଆ ମନ୍ତେଇ ନଦୀର ଦୁଇ ପାଶ୍ୱର୍ରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ଏବଂ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ଆଦି ଦାବି ହୋଇଥିଲା। ଚାନ୍ଦବାଲି ବିଡିଓଙ୍କ ନିର୍ଦେଶକ୍ରମେ ଧାମରାରେ ଅବସ୍ଥାପିତ ଅତିରିକ୍ତ ତହସିଲଦାର ଶାସନ୍ତିରାମ ହେମ୍ବ୍ରମ ଏବଂ ବାଂଶଡା ଥାନାର ଭାରପ୍ରାପ୍ତ ଅଧିକାରୀ ବିରକିଶୋର ରାଉତ ହବାଳି ଘାଟ ଠାରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ସହ ଅଗଷ୍ଟ ୧୦ ତାରିଖ ଦିନ ଧାମରା ପଂଚାୟତ ଅଫିସରେ ହବାଳି ଘାଟ ନିଲାମ ହେବ ବୋଲି କହିବା ପ୍ରତିଶ୍ରୁତି ଦେଇଥିଲେ।  ବୋଟ ମାଲିକଙ୍କୁ ଓଭରଲୋଡିଂ ବନ୍ଦ କରିବାକୁ ଆଦେଶ ଦେବା ସହ ବ୍ଲକ ତରଫରୁ ଅଥବା ଧାମରା ପଞ୍ଚାୟତ ତରଫରୁ ଯାତ୍ରୀ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରିବା ଏବଂ ସରକାରଙ୍କ ଧାର୍ଯ୍ୟ ମାହାସୁଲ ବାଦ୍‌ କୌଣସି ପରିସ୍ଥିତିରେ ଅଧିକ ମାହାସୁଲ ଦାବି ନକରିବା ପାଇଁ ଆଦେଶ ଦେଇଥିଲେ। ମାତ୍ର ୧୦ ତାରିଖ ଦିନ ହବାଳି ଘାଟ ନିଲାମ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଯ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏହାର ପ୍ରତିବାଦରେ ଧାମରା ବିଜେପି ଏବଂ ଭଦ୍ରକ ଜିଲ୍ଲା ଦଳିତ ମଂଚ ପକ୍ଷରୁ ଆଜି ଧାମରା ଅଂଚଳରେ ଥିବା ୩ଟି ଫେରି ଘାଟକୁ ବନ୍ଦ କରିବା ସହ ଫେରି ଘାଟରେ ଧାରଣା ଦିଆ ଯାଇଛି। ଏହି ଧାରଣା ଅବ୍ୟାହତ ହୋଇ ରହିଥିବା ବେଳେ ଧାମରା ବନ୍ଦରକୁ ଯାତାୟତ କରିବା ପାଇଁ ୩ଟି ଘାଟରେ ଶତାଧିକ ଲୋକ ଅପେକ୍ଷା କରି ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories