www.samajalive.in
Tuesday, December 9, 2025
15.1 C
Bhubaneswar

ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ

ଭୁବନେଶ୍ୱର: କୋଭିଡ ମହାମାରୀ କାରଣରୁ ବନ୍ଦଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାୟ ଦେଢବର୍ଷ ପରେ ସୋମବାର ଠାରୁ ଖୋଲିଛି । ଏଥିସହିତ ଶ୍ରେଣୀଗୃହରେ ପିଲାଙ୍କର ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଲକ୍ଷ୍ୟ କରିବା ପରେ ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ପୁନର୍ବାର ଖୋଲିବା ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ସୋମବାର ଠାରୁ ଏହି ଶିକ୍ଷାନୁଷ୍ଠାନଗୁଡିକ ଖୋଲିଛି । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବା ସହିତ ଶ୍ରେଣୀକକ୍ଷରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ସେମାନେ ଶିକ୍ଷାନୁଷ୍ଠାନ ପରିସର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସାନିଟାଇଜର ପ୍ରଦାନ କରାଯାଉଛି । ପାଖାପାଖି ଦେଢବର୍ଷ ପରେ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପାଠ ପଢିବା ସୁଯୋଗ ପାଇଥିବାରୁ ସେମାନଙ୍କ ମନରେ ବେଶ୍‍ ଉତ୍ସାହ ପରିଲକ୍ଷିତ ହେଉଥିଲେ ମଧ୍ୟ ତୁଳନାତ୍ମକ ଭାବେ କମ ଉପସ୍ଥାନ ରହିଥିବା ଜଣାଯାଇଛି । ଅନ୍‍ ଲାଇନ ଶିକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ପିଲାଙ୍କ ପାଠପଢା, ପରୀକ୍ଷା ପରିଚାଳନା ଆଦିରେ ମଧ୍ୟ କର୍ତ୍ତୃପକ୍ଷ ନାନା ଅସୁବିଧାର ସମ୍ମୁଖୀନ ହୋଇସାରିଛନ୍ତି । ଏପରିକି ବିନା ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଫଳ ଘୋଷଣା କରିବାକୁ ସରକାର ବାଧ୍ୟ ହୋଇଛନ୍ତି । ତେବେ କରୋନା ସଂପୂର୍ଣ୍ଣ ଦୂର ହୋଇନଥିବାରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଶିକ୍ଷାନୁଷ୍ଠାନକୁ ପଠାଇବା ସୁରକ୍ଷିତ ମନେକରୁନାହାନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories