www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ସାଂଘାତିକ ସ୍ଥିତିରେ: ବିଦ୍ୟାଳୟ, ମହାବିଦ୍ୟାଳୟ, ତାପଜ ଶକ୍ତି ପ୍ରକଳ୍ପ ବନ୍ଦ; ଟ୍ରକ ପ୍ରବେଶ ନିଷେଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ପରିସ୍ଥିତି ନିୟନ୍ତ୍ରଣ କରିବାକୁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ତଦନୁଯାୟୀ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯିବା ସହିତ ଦିଲ୍ଲୀ ମହାନଗର ପରିସୀମା ମଧ୍ୟରେ ରହିଥିବା ତାପଜ ଶକ୍ତି ପ୍ରକଳ୍ପଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏଥିସହିତ ମହାନଗର ମଧ୍ୟକୁ ଟ୍ରକ ପ୍ରବେଶକୁ ନିଷେଧ କରାଯାଇଛି ।
ବୁଧବାର ସକାଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ବର୍ଗରେ ରହିଥିଲା । ଏହାର ବାୟୁ ମାନକ ସ୍ତର (ଏକ୍ୟୁଆଇ) ହାରାହାରି ୩୭୯ ରହିଥିବା ଜଣାଯାଇଛି । ଚାନ୍ଦନି ଚୌକ ଅଞ୍ଚଳରେ ଏକ୍ୟୁଆଇ ୩୬୭ ରେକର୍ଡ କରାଯାଇଥିବାବେଳେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଅଞ୍ଚଳରେ ଏହା ୩୬୨, ଦିଲଶାଦ ଗାର୍ଡନରେ ୩୫୩, ମଥୁରା ରୋଡରେ ୩୯୬, ନଜଫଗଡ ୩୪୯, ଆଇଟିଓ ୩୯୩, ଶିରିଫୋର୍ଟରେ ୩୬୮ ରେକର୍ଡ ହୋଇଛି । ଏହି ସମସ୍ତ ସ୍ଥାନରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିଲା । ଅନ୍ୟପକ୍ଷରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୨, ବାୱନା ୪୧୬, ଜାହାଙ୍ଗିରପୁରୀ ୪୫୪, ମୁଣ୍ଡକା ୪୧୯, ରୋହିଣୀ ୪୩୨, ଶାଦିପୁର ୪୩୮, ପଞ୍ଜାବି ବାଗ୍‍ ୪୧୩ ଓ ୱଜିପୁରରେ ଏହା ୪୩୬କୁ ଖସିଯାଇ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ୦ରୁ ୫ ପର୍ଯ୍ୟନ୍ତ ଏକ୍ୟୁଆଇକୁ ଭଲ, ୫୧ରୁ ୧୦୦ ସନ୍ତୋଷଜନକ ଏବଂ ୧୦୧-୨୦୦କୁ ମଧ୍ୟମ ଧରଣର ଭାବରେ ବିବେଚନା କରାଯାଇଥାଏ । ଅନ୍ୟପକ୍ଷରେ ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ ଏବଂ ୪୦୧ରୁ ୫୦୦କୁ ସାଂଘାତିକ ପ୍ରଦୂଷଣ ସ୍ତର ଭାବରେ ବିଚାର କରାଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନର ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ମଙ୍ଗଳବାର ରାତିରୁ ଏନସିଆର ପରିସରରେ ଥିବା ସମସ୍ତ ମହାବିଦ୍ୟାଳୟ, ବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । ଏଥିସହିତ ଏହା କହିଛି ଯେ ରାଜଧାନୀ ଦିଲ୍ଲୀର ୩୦୦ କିଲୋମିଟର ପରିଧି ମଧ୍ୟରେ ରହିଥିବା ୧୧ଟି ତାପଜ ଶକ୍ତି କେନ୍ଦ୍ର ମଧ୍ୟରୁ ମାତୟ ୫ଟି ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏଥିସହିତ ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଛି । କେବଳ ଜାତୀୟ ଗୁରୁତ୍ୱ ସମ୍ବଳିତ ପ୍ରକଳ୍ପ, ଜାତୀୟ ନିରାପତ୍ତା ସମ୍ପର୍କିତ କାର୍ଯ୍ୟ, ପ୍ରତିରକ୍ଷା ସମ୍ପର୍କିତ କାର୍ଯ୍ୟକଳାପ, ରେଳବାଇ, ମେଟ୍ରୋ ରେଲ, ବିମାନବନ୍ଦର ଏବଂ ଆଇଏସବିସିକୁ କଟକଣାରୁ ମୁକ୍ତ ରଖାଯାଇଛି । ମହାନଗର ମଧ୍ୟକୁ ଟ୍ରକଗୁଡିକର ପ୍ରବେଶକୁ ମଧ ନିଷେଧ କରାଯାଇଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories