www.samajalive.in
Friday, December 5, 2025
20.1 C
Bhubaneswar

ନୂଆବର୍ଷରେ ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ଵର: କରୋନା ମହାମାରୀକୁ ନେଇ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ସଙ୍କେତ ଦେଇଥିଲେ। କିନ୍ତୁ କରେନା ସ୍ଥିତି ସୁଧୁରି ନ ଥିବାରୁ ନୂଆ ବର୍ଷରେ ଅର୍ଥାତ୍‌ ଜାନୁୟାରୀ ମାସରେ ସ୍କୁଲ, କଲେଜ ଖୋଲିବା ସମ୍ଭାବନା ରହିଛି। ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର ଏ ନେଇ ସୂଚନା ଦଇେଛନ୍ତି।

- Advertisement -

ମନ୍ତ୍ରୀ ଦାଶ କହିଛନ୍ତି, ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସଆରସି କହିଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲାଯିବା  ସମ୍ଭବ ନୁହେଁ। ସମ୍ଭବତଃ ଜାନୁୟାରୀରୁ ସ୍କୁଲ ଖୋଲିବ। ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦେବୁ ବୋଲି ସେ କହିଛନ୍ତି।

ଯଦି ଜାନୁୟାରୀରୁ ସ୍କୁଲ ଖୋଲାଯାଏ, ତେବେ ଛୁଟି ଦିନରେ ବି କ୍ଲାସ୍‌ ଚାଲିବ। କେବଳ ପର୍ବପର୍ବାଣୀ ଛୁଟିକୁ ଛାଡ଼ି ଅନ୍ୟ ଛୁଟି ଦିବସଗୁଡ଼ିକରେ କ୍ଲାସ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ପରେ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଲାଗୁ କରାଯାଇଥିଲା। ସେବେଠାରୁ ସ୍କୁଲ, କଲେଜଗୁଡ଼ିକ ବନ୍ଦ ରହିଛି। ଅନ୍‌ଲାଇନ ଜରିଆରେ ପିଲାଙ୍କ ପାଠପଢ଼ା ଚାଲିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories