www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ପାଳନ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ (ବିଏମଏସ)ର ୬୬ତମ ଜିଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛିା ଏଥିରେ ଜିଲା ସଂଘର ସଭାପତି ବାଙ୍କବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ଦେଶର ଏକ ସର୍ବବୃହତ୍ତ ଅଣରାଜନୈତିକ ସଂଗଠନ ଭାବେ ଏହି ଦେଶ ଓ ଶ୍ରମିକହୀତ ପାଇଁ ଏହି ନିସ୍ୱାର୍ଥପର ଭାବେ ସଂଘ କାମ କରୁଥିବା କହିଥିଲେ। ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ୧୯୫୫ ମସିହାର ଏହି ସଂଘ ଶୁନ୍ୟରୁ ଆରମ୍ଭ ହୋଇ ଏବେ ଦେଶର ଏକ ନମ୍ବର ଓ ବିଶ୍ୱର ଦୁଇ ନମ୍ବର ଶ୍ର୍ରମିକ ସଂଗଠନ ହୋଇପାରିଛି। ଏହି ସଂଘର ନୀତି ଓ ଆଦର୍ଶ ଅନ୍ୟ ଶ୍ରମିକ ସଂଗଂଠନ ଠାରୁ ଅଲଗା। ଭାରତୀୟ ସଂସ୍କୃତି ଓ ବିଚାରଧ।।ରାକୁ ଆଧାର କରି ରଷ୍ଟ୍ରହୀତ, ଉଦ୍ୟୋଗହୀତ ଓ ଶ୍ରମିକହୀତ ପାଇଁ କାମ କରୁଥିବା କହିଥିଲେ।

ଏହି ସଂଘ ସହିତ ଶତାଧିକ ବିଭିନ୍ନି କ୍ଷେତ୍ରର ସଂଗଠନ ଜଡିତ ହୋଇଥିବା କହଥିଲେ। ରାଜ୍ୟ ଅଙ୍ଗନବାଡୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀସଦସ୍ୟା ସବିତା ନାୟକ ଏହି ସଂଗଠନକୁ ଅଧିକ ସୁଦୃଢକରିବାକୁ ଗୁରୁତ୍ୱ ଦେଇଥିଲେ। ଜିଲା ଅଙ୍ଗନବାଡୀ ସଂଘର ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ,ଗୈାରୀ ହରିଜନ,ଜିଲା ଆଶାକର୍ମୀ ସାବିତ୍ରୀବାଘ, ଜିଲା କୋଠାଗାଡି ସଂଘର ଉପସଭାପତି ବିଷ୍ଣୁ ପ୍ରସାଦ ବିଷୋୟୀ ଓ ଗୋବିନ୍ଦ ମିର୍ଗାନ, ସମ୍ପାଦକ ରାମ ବିଷୋୟୀ,କୋଷାଧ୍ୟକ୍ଷ ଦୁର୍ଜନ ମାଝୀ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନୂତନ ଭାବେ ଗଠିତ ରାଜ୍ୟ ଅବସରପ୍ରାପ୍ତ ଅଙ୍ଗନବାଡୀ ସଂଘର ନୂତନ ସଭାପତି ଭାବେ ସବିତା ନାୟକ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories