ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମଶିଣାବିଲା ପଞ୍ଚାୟତ ପାଣପଶି ଗ୍ରାମରେ ନିଜ ବିଲରେ ଟ୍ରାକ୍ଟରରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟରରେ ଚାପି ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ପାଣପଶି ଗ୍ରାମର ଶଶୀଭୂଷଣ ମହାନ୍ତ (୩୫) ବୋଲି ଜଣାପଡିଛି। ସେ ନିଜ ସଂପର୍କୀୟଙ୍କ ଟ୍ରାକ୍ଟର ଆଣି ନିଜ ବିଲରେ କାଦୁଅ ହଳ କରୁଥିବା ସମୟରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶଶୀଭୂଷଣଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଢେଙ୍କିକୋଟି ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ କରବା ସହ ଆଜି ଅପରାହ୍ନରେ ପାଟଣାରେ ମୃତକର ଶବ ବ୍ୟବଛେଦ କରାଯାଇଛି।
Popular Categories



