www.samajalive.in
Monday, December 15, 2025
14.1 C
Bhubaneswar

ଗଜପତିଙ୍କ ଛେରାପହଁରାକୁ ୫୦ ବର୍ଷ ପୂର୍ତ୍ତି

ପୁରୀ: ମହାପ୍ରଭୁଙ୍କ ରଥ ଉପରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଛେରାପହଁରା ସେବାକୁ ୫୦ବର୍ଷ ପୂର୍ତ୍ତି ହୋଇଛି। ୧୯୫୩ ଜାନୁଆରୀ ୧ତାରିଖରେ ଜନ୍ମ ଗ୍ରହଣ କରିଥିବା ଦିବ୍ୟସିଂହ ଦେବ ୧୯୭୧ରେ ଛେରାପହଁରା ସେବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୮ବର୍ଷ ବୟସ ହୋଇଥିଲା। ତତ୍କାଳୀନ ଗଜପତି ବୀରକିଶୋର ଦେବଙ୍କ ବିୟୋଗ ପରେ ୧୯୭୦ ଜୁଲାଇ ୭ରେ ସେ ଗାଦିସୀନ ହୋଇଥିଲେ। ଏବେ ତାଙ୍କୁ ୬୮ବର୍ଷ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ। ତାଙ୍କୁ ଠାକୁର ରାଜାବୋଲି ସମ୍ବୋଧନ କରାଯାଏ। ସେ ଲକ୍ଷେ ରାଜାର ମଉଡମଣି। ରଥ ଉପରେ ଛେରାପହଁରା ପୁରୀ ଗଜପତିଙ୍କର ପାରମ୍ପରିକ ଏବଂ ପୁରୁଷାନୁକ୍ରମିକ ସେବା।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ରଥଯାତ୍ରାରେ ପୁରୀ ଗଜପତିଙ୍କ ସେବା ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ଗବେଷକ ମତ ଦେଉଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଭାବେ ସେ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ବର ମାଲିକ। ସେ ଯାହା ଚାହଁାନ୍ତି ସେଇଆ ହିଁ ହୁଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଚଳିତ ଗଜପତିଙ୍କ ସେବା ମଧ୍ୟ​‌େ​‌ର ରଥ ଉପରେ ଛେରାପହଁରା ସବୁଠାରୁ ପ୍ରମୁଖ ସେବା। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଜଣେ ଉଚ୍ଚଶିକ୍ଷିତ, ନମ୍ର ଏବଂ ଉତ୍ସର୍ଗୀକୃତ ବ୍ୟକ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ସବୁବେଳେ ସେ ପ୍ରାଥମିକତା ଦେଇ ଆସିଛନ୍ତି। ଶ୍ରୀମନ୍ଦିର ପରିଚାଳନାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories