www.samajalive.in
Monday, December 15, 2025
17.1 C
Bhubaneswar

ବାଲା ଦେବୀ, ମନୀଷାଙ୍କୁ ଏଆଇଏଫ୍‌ଏଫ୍‌ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲର ଆକ୍ରମଣପନ୍ଥୀ ଖେଳାଳି ବାଲା ଦେବୀ ଓ ଯୁବ ଖେଳାଳି ମନୀଷା କଲ୍ୟାଣଙ୍କୁ ୨୦୨୦-୨୧ ନିମନ୍ତେ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପୁରସ୍କାର ମିିଳିଛି।
ବାଲା ଦେବୀଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ପୁରସ୍କାର ମିଳିଥିବା ବେଳେ ମନୀଷାଙ୍କୁ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମିଳିଛି।

ସୂଚନାଥାଉକି ବାଲା ଦେବୀ ପୂର୍ବରୁ ୨୦୧୪ ଓ ୨୦୧୫ରେ ଏଆଇଏଫଏଫ ଶ୍ରେଷ୍ଠ ମହିଳା ଫୁଟବଲର୍‌ ପୁରସ୍କାର ହାସଲ କରି ସାରିଛନ୍ତି। ବାଲା ଦେବୀ ବର୍ତ୍ତମାନ ସ୍କଟଲାଣ୍ଡରେ ସ୍ଥାନୀୟ ଦଳ ରେଞ୍ଜର୍ସ ଏଫ୍‌ସି ତରଫରୁ ଖେଳୁଛନ୍ତି। ଗତବର୍ଷ ଫେବୃଆରୀରେ ସେ ରେଞ୍ଜର୍ସ ଏଫ୍‌ସି ଦଳରେ ଯୋଗ ଦେଇଥିଲେ। ୟୁରୋପର କୌଣସି କ୍ଲବ​ରେ ସାମିଲ ହେବା ପ୍ରସଙ୍ଗରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌। ୨୦୨୦-୨୧ ବର୍ଷ ନିମନ୍ତେ ଏଆଇଏଫଏଫ ଶ୍ରେଷ୍ଠ ମହିଳା ଫୁଟବଲର୍‌ ପୁରସ୍କାର ମିଳିବା ପରେ ନିଜ ପ୍ରତିକ୍ରିୟାରେ ବାଲା ଦେବୀ ଖୁସିବ୍ୟକ୍ତ କରିବା ସହ ପରିବାର, ସାଥୀ ଖେଳାଳି ଓ ପ୍ରଶିକ୍ଷକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ପାଇଥିବା କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ୧୯ ବର୍ଷୀୟା ମନୀଷା ଆକ୍ରମଣପନ୍ଥୀ ଖେଳାଳି ହୋଇଥିବା ବେଳେ ପ୍ରଥମଥର ପାଇଁ ଏଆଇଏଫଏଫ ଉଦୀୟମାନ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ୨୦୧୯ରେ ହଂକଂ ବିପକ୍ଷରେ ସେ ଭାରତୀୟ ମହିଳା ସିନିୟର ଦଳ ତରଫରୁ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ୨୦୧୯-୨୦ରେ ମନୀଷା ଭାରତୀୟ ମହିଳା ଲିଗ୍‌ରେ ଗୋକୁଲମ୍‌ କେରଳ ଏଫ୍‌ସି ତରଫରୁ ଖେଳି ଏହି ଦଳକୁ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମିଳିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories