www.samajalive.in
Monday, December 15, 2025
15.1 C
Bhubaneswar

ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଦୁର୍ନୀତି, ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ବିକ୍ଷୋଭ ଶୋଭାଯାତ୍ରା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଉଚ୍ଚଶିକ୍ଷାର ଏକମାତ୍ର ମାଧ୍ୟମ ଭାବେ ପରିଚିତ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ବ୍ୟାପକ ଆର୍ଥିକ ଅନିୟମିତତା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ମାତ୍ରାଧିକ ଶୋଷଣ, ନିଯୁକ୍ତି ଦେବା ନାଁରେ ମୋଟା ଅଙ୍କର ଲାଞ୍ଚ ନେବା ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏସବୁର ଖୋଳତାଡ଼ ପାଇଁ ଖୋଦ୍‍ କଳାହାଣ୍ଡି ଜିଲ୍ଲାପାଳ ଓ କଳାହାଣ୍ଡି ଏସ୍‍ପି ନିର୍ଦ୍ଦେଶ ଦେବା ପରେ ବିଶ୍ୱନାଥପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ମହାବିଦ୍ୟାଳୟର ବିଭିନ୍ନ ଦିଗକୁ ନେଇ ଯେତେ ତଦନ୍ତ ଆଗକୁ ଯାଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏପରିକି ମହାବିଦ୍ୟାଳୟର କାଗଜପତ୍ରକୁ ପୁଲିସ ଜବତ କରିଥିବା ବେଳେ ମହାବିଦ୍ୟାଳୟର କ୍ୟାସ୍‍ ବୁକ୍‍ ଓ ରେଜିଷ୍ଟର ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ଲାଗିନାହିଁ।

ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଏସବୁ କେଳେଙ୍କାରୀ ଚାଲିଥିବାବେଳେ ଏସବୁର ମୁଖ୍ୟ କାର୍ପଟଦାର କୁହାଯାଉଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବେ ଫେରାର ଥିବା ଓ ପୁଲିସ ତାଙ୍କୁ ଖୋଜୁଥିବା ସୂଚନା ମିଳିଛି। ତେବେ ଅଧ୍ୟକ୍ଷ ଶ୍ରୀ ସାହୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ନିଜକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିବା ସହିତ ତଦନ୍ତକାରୀ ଅଧିକାରୀ ଓ ଅଭିଯୋଗକାରୀମାନଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହେଉଛି।

- Advertisement -

ଏପରି କ୍ଷେତ୍ରରେ ମହାବିଦ୍ୟାଳୟରେ ହୋଇଥିବା ଏକ ବିରାଟ ଦୁର୍ନୀତି ଓ ଅନିୟମିତତା ଦବିଯିବାର ଆଶଙ୍କା ସ୍ରୁଷ୍ଟି ହେଉଥିବାବେଳେ ଜିଲ୍ଲାପାଳ ଓ ଏସ୍‍ପିଙ୍କ ନିର୍ଦ୍ଦେଶ ମଧ୍ୟ ସତେ ଯେମିତି କାଟୁ କରୁନାହିଁ। ଏପରି ହେଲେ ପୁଲିସ, ପ୍ରଶାସନ ଓ ସରକାର ତଥା ବ୍ୟବସ୍ଥା ଉପରୁ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଯିବାର ଆଶଙ୍କା ଦେଖାଦେଇଛି। ଏଣୁ ପ୍ରଶାସନ ତଥା ସରକାର ମହାବିଦ୍ୟାଳୟର ଦୁର୍ନୀତି ଓ ଅନିୟମିତତା ବିରୁଦ୍ଧରେ ଜିରୋ ଟଲରେନ୍ସ ହେବା ସହିତ ଏହି ମାମଲାର ଅପରାଧିକ ତଦନ୍ତ ସିବିଆଇକୁ ଦେବା ସହିତ ଅନିୟମିତତାର ତଦନ୍ତ ଭାର ଆର୍ଥିକ ଅପରାଧିକ ନିୟନ୍ତ୍ରଣ ଶାଖା ଅର୍ଥାତ୍‍ ଇଡିକୁ ଦେବାକୁ ଦାବି ହେଉଛି।

ମହାବିଦ୍ୟାଳୟରେ ବଢ଼ି ଚାଲିଥିବା ଦୁର୍ନୀତିକୁ ରୋକିବା ସହିତ ଏହାର ମୁଖ୍ୟ ଖଳନାୟକ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ଲାଞ୍ଜିଗଡ଼ ବ୍ଲକର ଶତାଧିକ ଅଭିଭାବକ, ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ, ବିଶ୍ୱନାଥପୁର ବଣିକ ସଂଘର କର୍ମକର୍ତ୍ତାମାନେ ବିଶ୍ୱନାଥପୁରସ୍ଥିତ ବିଜେପୁର ଛକରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଶ୍ୱନାଥପୁର ଥାନା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କୁ ସାକ୍ଷାତ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପନ୍ଦର ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ମହାବିଦ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇ ଅଞ୍ଚଳର ନିରୀହ ଆଦିବାସୀ ଓ ଅନୁସୂଚିତ ବର୍ଗର ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ସହିତ ଖେଳ ଖେଳିଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ବିକ୍ଷୋଭ ଶୋଭାଯାତ୍ରାରେ କଂଗ୍ରେସର ବ୍ଲକ ସଭାପତି ହରିହର କୁମାର, ଉଦ୍ଧବ ମାଝୀ, ବିଜେଡିର ପ୍ରଦୀପ କୁମାର ଘଡ଼େଇ, ଜଗଦୀଶ ବେନିଆ, ବିଶ୍ୱନାଥ ଘଡ଼େଇ, ଦେବାଶିଷ ରଞ୍ଜନ ବିଶି, ଯାଦବ ସମାଜର ବ୍ଲକ ସଭାପତି ରଘୁବୀର ନାଗ, ବିଜେପିର ବିରଞ୍ଚି ପ୍ରଧାନୀ, ଭାଗିରଥୀ ଧଙ୍ଗଡ଼ାମାଝୀ ପ୍ରମୁଖ ନେତ୍ରୁତ୍ୱ ନେଇଥିବାବେଳେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଅଭିଭାବକ ଓ ବୁଦ୍ଧିଜୀବୀ ନାଗରିକ ସାମିଲ ହୋଇଥିଲେ। ସେହିପରି ଆଜି ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ବିଶ୍ୱନାଥପୁର ବଣିକ ସଂଘ ପକ୍ଷରୁ ଅପରାହ୍ନରେ ଦୋକାନ ବଜାର ସମେତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories