ଗୁରୁଡିଝାଟିଆ: ବ୍ରାହ୍ମଣବସ୍ତ ଧବଳେଶ୍ୱର ସେବା ସମିତି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଚାରାରୋପଣ ହୋଇଛି। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରା ରୋପଣ କରିବା ସହିତ ବରଗଛ ଅଧିକମାତ୍ରାରେ ଅମ୍ଲଜାନ ପ୍ରଦାନ କରିବା ସହିତ ଛାୟା ପ୍ରଦାନ କରିଥାଏ। ଏଥିସହିତ ବ୍ରାହ୍ମଣବସ୍ତ ଏକ ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ବରଗଛର ଡାଳ ହାତୀ ଖାଦ୍ୟରୂପେ ଗ୍ରହଣ କରିପାରିବେ। ସ୍ୱେଚ୍ଛାସେବୀ ସଂଗଠନର ଏଭଳି କାର୍ଯ୍ୟକୁ ବନାଞ୍ଚଳ ଅଧିକାରୀ ପ୍ରଂଶସା କରିଥିଲେ। ଗାଁ ଠାକୁରାଣୀ ବାଉତି ଙ୍କ ନିକଟରେ ଚାରାରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଧବଳେଶ୍ୱର ସେବା ସମିତି ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଚିତ୍ତରଞ୍ଜନ ଖଟୁଆ, ଅଭିରାମ ପ୍ରଧାନ, ମନୋରଞ୍ଜନ ଖଟୁଆ, ଜ୍ୟୋତିଲାଲ ନାୟକ, ପ୍ରଫୁଲ ମଲ୍ଲିକ, ଚିତ୍ତରଞ୍ଜନ ପ୍ରଧାନ, ସୁବାସ ଚନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ଖଟୁଆ, ଖିରୋଦ ମଲ୍ଲିକ ଓ ପ୍ରକାଶ ରାଉତ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।
Popular Categories



