www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୭୨,୩୨୨ ନମୁନା ରାଜ୍ୟରେ ପରୀକ୍ଷା କରାଯାଇଥିବାବେଳେ ସଂକ୍ରମଣ ହାର ୨.୯୨% ରହିଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୨୧୩ ଏବଂ ସ୍ଥାନୀୟ ସଂକ୍ରମିତ ୮୯୭ ଜଣ ରହିଛନ୍ତି।

ରାଜ୍ୟର ଅନୁଗୁଳ ଜିଲାରୁ ୪୬, ବାଲେଶ୍ୱର ୧୬୮, ବରଗଡ ୧୪, ଭଦ୍ରକ ୬୯, ବଲାଙ୍ଗୀର ୧୩ ଓ ବଉଦ ଜିଲାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ଜିଲାରୁ ୩୨୩, ଦେବଗଡ ୫, ଢେଙ୍କାନାଳ ଜିଲାରୁ ୩୫, ଗଜପତି ୧୧, ଗଞ୍ଜାମ ୧୬ ଏବଂ ଜଗତସିଂହପୁରରୁ ୬୭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିସହିତ ଯାଜପୁରରୁ ୯୨, ଝାରସୁଗୁଡା ୧୦, କଳାହାଣ୍ଡି ୭, କନ୍ଧମାଳ ୧୨, କେନ୍ଦ୍ରାପଡା ୧୩୨ ଓ କେନ୍ଦୁଝରରୁ ୬୬ ଚିହ୍ନଟ ହୋଇଛନ୍ତି।

- Advertisement -

ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୮, କୋରାପୁଟ ୧୯, ମାଲକାନଗିରି ୨୨, ମୟୁରଭଞ୍ଜ ୯୯, ନବରଙ୍ଗପୁର ୧୦, ନୟାଗଡ ୭୪, ନୂଆପଡା ୨, ପୁରୀ ୧୧୩, ରାୟଗଡା ୨୯, ସମ୍ବଲପୁର ୧୯, ସୋନପୁର ୪, ସୁନ୍ଦରଗଡ ୬୨ ଏବଂ ଷ୍ଟେଟପୁଲରୁ ୮୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୪୮୪୫୨୬୦ ନମୁନା ପରୀକ୍ଷା କରାଯାଇସାରିଛି। ସେଥିରୁ ୯୪୭୮୫୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୨୦୬୪୬ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୨୨୨୯୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories