www.samajalive.in
Saturday, December 13, 2025
27.1 C
Bhubaneswar

ଦକ୍ଷିଣ ଆଫ୍ରିକାରେ ପ୍ରବଳ ହିଂସା: ୧୦ମୃତ, ୫୦୦ ଗିରଫ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ୍ ଜୁମାଙ୍କୁ ୧୫ମାସ କାରାଦଣ୍ଡ ପ୍ରତିବାଦରେ ପ୍ରାୟ ସପ୍ତାହେ ଧରି ତାଙ୍କ ସମର୍ଥକମାନେ ବିକ୍ଷୋଭ ଜାରି ରଖିଛନ୍ତି। ଏହା କ୍ରମଶଃ ହିଂସାତ୍ମକ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ପୋଡ଼ାଜଳା ଓ ଭଙ୍ଗାରୁଜା ଚଳାଇଛନ୍ତି। ବିଭିନ୍ନ ସପିଂ ମଲ୍‌ରେ ପଶି ଲୋକେ ଲୁଟ୍‌ତରାଜ ଚଳାଇଛନ୍ତି। ରାସ୍ତାଘାଟ ବନ୍ଦ ହୋଇଯାଇଛି। କ୍ବାଜୁଲୁ ନାଟାଲ ପ୍ରଦେଶ ଓ କାଟଲହଙ୍ଗଠାରେ ସର୍ବାଧିକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଗଲାଣି।

ପୁଲିସ ସାମାଜିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଜାରି କରିଛି। ରାଷ୍ଟ୍ରପତି ସିନିଲ ରାମଫୋସା ପୁଲିସ ଓ ସେନାକୁ ହିଂସାକାଣ୍ଡ ଦମନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଶାନ୍ତି ଫେରାଇ ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଦେଶରେ ବେକାରୀ ବୃଦ୍ଧି କାରଣରୁ ହିଂସାକାଣ୍ଡ ବୃଦ୍ଧିପାଇଥିବା କୁହାଯାଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories