www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏସ୍‌ ଅଧିକାରୀଙ୍କୁ ନେଇ ଛତିଶଗଡ଼ରେ ଝଡ଼

ନୂଆଦିଲ୍ଲୀ: ଆଇପିଏସ୍‌ ଅଧିକାରୀ ଜି.ପି ସିଂହଙ୍କ ମାମଲାରେ ଛତିଶଗଡ଼ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଂହଙ୍କ ଘର ଉପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା ଓ ଏହି ପରିପ୍ରେକ୍ଷୀରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଏଥିସହିତ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେ ରାଜ୍ୟ ବିରୋଧରେ ଶତ୍ରୁତା ଆଚରଣ କରୁଥିବା ଓ ଜାତି, ସମ୍ପ୍ରଦାୟ, ଭାଷା ତଥା ଜନ୍ମସ୍ଥାନକୁ ନେଇ ସରକାର ବିରୋଧୀ ଷଡ଼ଯନ୍ତ୍ର ଚଳାଇଥିବା ନେଇ ରାୟପୁର ମହାନଗରୀ ଥାନାରେ ଗୁରୁବାର ଏତଲା ରୁଜୁ ହୋଇଛି। ସିଂହ ଶୁକ୍ରବାର ଏହା ବିରୋଧରେ ଛତିଶଗଡ଼ ଉଚ୍ଚ ନ୍ୟାୟଳର ଦ୍ବାରସ୍ଥ ହୋଇଥିବାବେଳେ ସରକାର ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରିଥିବା ଦର୍ଶାଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ସିବିଆଇ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।

ଅପରପକ୍ଷରେ କାଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ସିଂହଙ୍କ ସପକ୍ଷରେ ଆଗୁଆ କୌଣସି ରାୟ ଦେଇଦେବେ ସେହି ଆଶଙ୍କାରେ ରାଜ୍ୟ ସରକାର ଦୁଇଟି କ୍ୟାଭେଟ୍‌ ଦାଖଲ କରିଛନ୍ତି। ସିଂହ ହେଉଛନ୍ତି ୧୯୮୪ ବ୍ୟାଚ୍‌ ଅଧିକାରୀ। ସମ୍ପ୍ରତି ସେ ଅତିରିକ୍ତ ପୁଲିସ ମହାନିର୍ଦେଶକ ଅଛନ୍ତି। ଜୁଲାଇ ୧ରୁ ୩ ମଧ୍ୟରେ ତାଙ୍କ ସମ୍ପର୍କ ଥିବା ୧୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏଥିରୁ ୧୦କୋଟି ଟଙ୍କା ମୂଲ୍ୟ ସମ୍ପତ୍ତି ଠାବ ହୋଇଥିଲା। ଲୋକପ୍ରତିନିଧିଙ୍କ ବିରୋଧରେ ଲିଖିତ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ ହୋଇଥିଲା। ତାଙ୍କୁ ନେଇ ଏବେ ଛତିଶଗଡ଼ରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories