ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ୍ ଜୁମାଙ୍କୁ ୧୫ମାସ କାରାଦଣ୍ଡ ପ୍ରତିବାଦରେ ପ୍ରାୟ ସପ୍ତାହେ ଧରି ତାଙ୍କ ସମର୍ଥକମାନେ ବିକ୍ଷୋଭ ଜାରି ରଖିଛନ୍ତି। ଏହା କ୍ରମଶଃ ହିଂସାତ୍ମକ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ପୋଡ଼ାଜଳା ଓ ଭଙ୍ଗାରୁଜା ଚଳାଇଛନ୍ତି। ବିଭିନ୍ନ ସପିଂ ମଲ୍ରେ ପଶି ଲୋକେ ଲୁଟ୍ତରାଜ ଚଳାଇଛନ୍ତି। ରାସ୍ତାଘାଟ ବନ୍ଦ ହୋଇଯାଇଛି। କ୍ବାଜୁଲୁ ନାଟାଲ ପ୍ରଦେଶ ଓ କାଟଲହଙ୍ଗଠାରେ ସର୍ବାଧିକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଗଲାଣି।
ପୁଲିସ ସାମାଜିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଜାରି କରିଛି। ରାଷ୍ଟ୍ରପତି ସିନିଲ ରାମଫୋସା ପୁଲିସ ଓ ସେନାକୁ ହିଂସାକାଣ୍ଡ ଦମନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଶାନ୍ତି ଫେରାଇ ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଦେଶରେ ବେକାରୀ ବୃଦ୍ଧି କାରଣରୁ ହିଂସାକାଣ୍ଡ ବୃଦ୍ଧିପାଇଥିବା କୁହାଯାଉଛି।



