www.samajalive.in
Wednesday, December 10, 2025
16.1 C
Bhubaneswar

ଆମ୍ରିରେ ବିରଳ ଅସ୍ତ୍ରୋପଚାର, ୬୯ବର୍ଷୀୟ ରୋଗୀଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ବର: ଆମ୍ରି ଡାକ୍ତରଖାନାରେ ବିରଳ ଅ​‌େ​‌ସ୍ତ୍ରାପଚାର ହୋଇଛି। ୧୦ବର୍ଷ ଧରି ସ୍ବାସ୍ଥ୍ୟ ସମସ୍ୟା ଥିବା ୬୯ବର୍ଷୀୟ ରୋଗୀଙ୍କ ନିକଟରେ ଏହି ଅସ୍ତ୍ରୋପଚାର ଡାକ୍ତରଖାନାର ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ସଫଳ ହୋଇଛି। ଯେଉଁଥିପାଇଁ ରୋଗୀ ଜଣକ ଏକ ନୂଆ ଜୀବନ ପାଇଛନ୍ତି। ଏହି ବ୍ୟକ୍ତିଙ୍କର ଗିବଶ ଡିଫୋର୍ମୀଟିଜ଼ ନାମକ ରୋଗ ଥିଲା। ଯେଉଁ ରୋଗ ପାଇଁ ଅଣ୍ଟା ପାଖରେ ଥିବା ୩ଟି ହାଡ ମିଶିଯାଇଥିଲା ଓ ବଙ୍କା ହୋଇଯାଇଥିଲା। ଯାହାଫଳରେ ରୋଗୀ ଜଣକ ଆଉ ଭଲ ଭାବରେ ଚାଲିପାରିନଥିଲେ ବରଂ ବଙ୍କା ହୋଇ ଚାଲୁଥିଲେ। ମେରୁଦଣ୍ଡ ବଙ୍କା ହୋଇଯିବା ଫଳରେ ରୋଗୀ ନା ଅଣ୍ଟା ସଳଖି ଛିଡା ହୋଇପାରୁଥିଲେ ନା କାହାକୁ ବେକ ଉଠାଇ ଚାହିଁପାରୁଥିଲେ। ଏହା ପରେ ତାଙ୍କର ଚିକିତ୍ସା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା।

ଏହି ରୋଗରୁ ମୁକ୍ତି ଲାଗି ଏକମାତ୍ର ନିରାକରଣ ଥିଲା ଅସ୍ତ୍ରୋପଚାର। ୧୦ବର୍ଷର ସମସ୍ୟାକୁ ଦୂର କରିବା ନିଶ୍ଚିତ ଏକ ଆହ୍ବାନ ଥିଲା। ସାଧାରଣତଃ ଏପରି ଅସ୍ତ୍ରୋପଚାର ରାଜ୍ୟ ବାହାରେ ହେଉଥିଲେ ହେଁ ଆମ୍ରିରେ ଏହା କରିବା ଲାଗି ନିଷ୍ପତ୍ତି କଲେ ବ୍ରେନ ଓ ସ୍ପାଇନ ସର୍ଜନ ଡା. ବିଶ୍ବରଞ୍ଜନ ନାୟକ, ଡାକ୍ତର ଅମିତ ​ଜୈସୱାଲ, ଡା. ଭାଗ୍ୟରଞ୍ଜନ ଜେନା ଓ ତାଙ୍କ ଦଳ। ପ୍ରଥମ ଥର ପାଇଁ ଅତ୍ୟନ୍ତ ଯତ୍ନ ଓ ସାବଧାନତାର ସହିତ ଆଙ୍କଲୋଇଜିଙ୍ଗ ସ୍ପଣ୍ଡିଲାଇସିସ୍‌ ପୀଡ଼ିତ ଏହି ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ପ୍ରାୟ ଦୁଇ ସପ୍ତାହ ହୋଇଗଲାଣି। ବ୍ୟକ୍ତି ଜଣକ ଚଲାବୁଲା, ଉଠାବସା କରିବା ସହ ଠିକ୍‌ ଭାବେ ଶୋଇ ପାରୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories