www.samajalive.in
Wednesday, December 10, 2025
15.1 C
Bhubaneswar

କେଶ ପାଇଁ ଆପଣାନ୍ତୁ କିଛି ବିଶେଷ ଉପାୟ

କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପୋଷକତତ୍ତ୍ବ ଭରପୂର ଖାଦ୍ୟ ଖାଇବା ସହ ଯତ୍ନ ନେବା ମଧ୍ୟ ଜରୁରୀ। ଆୟୁର୍ବେଦ ଉପଚାରରେ ମଧ୍ୟ କେଶ ସମସ୍ୟା ଦୂର ହେବା ସହ ଘନତ୍ବ ବୃଦ୍ଧି ପାଇଥାଏ।
– କେଶ ଦୁର୍ବଳ ଥିଲେ, ଭୃଙ୍ଗରାଜ ତେଲ ନିୟମିତ ଲଗାଇବା ଭଲ। ମେହେନ୍ଦୀ ପ୍ୟାକ୍‌ରେ ୧ଚାମଚ ଭୃଙ୍ଗରାଜ ତେଲ ମିଶାଇ କେଶରେ ଲଗାଇ ୧ଘଣ୍ଟା ପରେ ଧୋଇନେବେ। ୧୫ଦିନରେ ଥରେ ଏଇ ପ୍ୟାକ୍ ଲଗାଇବା ଉଚିତ।
– ଭୋଜନରେ ଫଳ ସାମିଲ କରନ୍ତୁ। ଯେପରି ଦହି ନିୟମିତ ଖାଇବା, ଅଙ୍ଗୁର ଓ ତରଭୁଜ ପ୍ରତ୍ୟହ ଖାଇଲେ ମଧ୍ୟ କେଶ ଝଡ଼ା ଅନେକାଂଶରେ କମୁଥିବାର ଆୟୁର୍ବେଦ ବିଶେଷଜ୍ଞଙ୍କ ମତ।
– ଭିଟାମିନ୍ ସି’ ଭରପୂର ଅଁଳା ଖାଇଲେ ମଧ୍ୟ କେଶର ଘନତ୍ବ ବୃଦ୍ଧି ହୋଇଥାଏ। ଅନେକଙ୍କ ଧାରଣା ଯେ ମେହେନ୍ଦୀ ଲଗାଇଲେ କେଶ ଶୁଷ୍କ ହୋଇ ଝଡ଼ିଥାଏ। ହେଲେ ମେହେନ୍ଦୀ କେଶ ପାଇଁ ଔଷଧ ପରି କାମ କରୁଥିବାର ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତ। ଘରେ ମେହେନ୍ଦୀ ଗୁଣ୍ଡ ପ୍ରସ୍ତୁତ କରି ସେଥିରେ ନଡ଼ିଆ ତେଲ ମିଶାଇ ଲଗାଇଲେ କେଶର ଘନତ୍ବ ବଢ଼ିଥାଏ।
– ଅତ୍ୟଧିକ କେଶ ଝଡ଼ା, କେଶରେ ରୁପି, କେଶ ଅକାଳରେ ପାଚିବା ଇତ୍ୟାଦି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ, ଭୁର୍ସୁଙ୍ଗ ପତ୍ରକୁ ଶୁଖାଇ ପରେ ତାହାକୁ ଗୁଣ୍ଡ କରିନେବେ। ଏବେ ସେଥରୁ ୧ ଚାମଚ ନେଇ ଅଳ୍ପ ଦହି ମିଶାଇ କେଶମୂୂୂଳରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ କେଶକୁ ଶ୍ୟାମ୍ପୁ କରିନେବେ। ସପ୍ତାହକୁ ୨ଥର ଏହି ପ୍ୟାକ୍ ଲଗାଇଲେ ଫରକ୍ ଜାଣିହେବ।

– ନଡ଼ିଆ ତେଲ କିମ୍ବା ସୋରିଷ ତେଲକୁ ଗରମ କରି ସେଥିରେ ୧୦-୧୨ଟି ଭୁର୍ସୁଙ୍ଗ ପତ୍ର ପକାଇ ଭଲଭାବେ ଫୁଟାଇବେ। ପରେ ତେଲକୁ ଥଣ୍ଡା କରି କେଶମୂଳରେ ଲଗାଇଲେ ଲାଭ ମିଳେ।

- Advertisement -

– ରାତିରେ ୧୦-୧୨ଟି ପେସ୍ତାବାଦାମକୁ ପାଣିରେ ବତୁରାଇ ରଖନ୍ତୁ। ସକାଳୁ ସେଥିରୁ ଚୋପା ଛଡ଼ାଇ ଗ୍ରାଇଣ୍ଡିଂ କରିବେ। ଏବେ ସେହି ମିଶ୍ରଣରେ ଭୁର୍ସୁଙ୍ଗ ପତ୍ରକୁ ମିଶାଇ ପୁନର୍ବାର ଗ୍ରାଇଣ୍ଡିଂ କରନ୍ତୁ। କେଶମୂଳରେ ଏହି ପ୍ୟାକ୍ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ ଆପଣଙ୍କ କେଶର ଘନତ୍ବ ବଢ଼ିବା ସହ କେଶ ଝଡ଼ା ମଧ୍ୟ କମ୍ ହୁଏ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories