www.samajalive.in
Sunday, December 7, 2025
26.1 C
Bhubaneswar

ଛେଳି ଚୋର ସନ୍ଦେହ ରେ ଛେଚା ଖାଇଲେ, ଖୁଣ୍ଟରେ ସାରା ରାତି ବନ୍ଧା ହେଲେ

ନୀଳଗିରି: ଛେଳି ଚୋରି କରିବାକୁ ଆସିଥିବା ଅଭିଯୋଗରେ ଜଣେ ଯୁବକ ସାରା ରାତି ବନ୍ଧା ହୋଇ ଛେଚା ଖାଇବା ଘଟଣା ଅଞ୍ଚଳ ରେ ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ଦକ୍ଷିଣ କୁଅଁରପୁର ଗ୍ରାମରେ କ୍ରମାଗତ ଭାବେ ଛେଳି, ସାଇକଲ, ଲୁଗାପଟା ପ୍ରଭୃତି ଚୋରି ହୋଇ ଆସୁଥିଲା। ଗତକାଲି ରାତିରେ ଏକ ନିଛାଟିଆ ସ୍ଥାନରେ ଗୋଟିଏ ବାଇକ ରହିଥିବା ଦେଖି ସନ୍ଦେହ ରେ ସ୍ଥାନୀୟ ଲୋକେ ବାଇକ ପାଖରେ ଜଗି ରହିଥିଲେ। ବିଳମ୍ବିତ ରାତିରେ  ଗାଁର ଅନ୍ୟ ଏକ ସ୍ଥାନରୁ ଅଜଣା ଯୁବକକୁ ଠାବ କରି ଛେଳି ଚୋର ସନ୍ଦେହରେ ଧରିଥିଲେ। ଗତକାଲି ରାତିରୁ ଗାଁ ଦାଣ୍ଡରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କୁ ବାନ୍ଧିଦେଇ ନିସ୍ତୁକ ମାଡ ଦେଇ ଥିବା ଜଣାଯାଇଛି। ଏହା ସହ ତାଙ୍କ ବାଇକକୁ ବି ଅଟକ ରଖିଛନ୍ତି। ନୀଳଗିରି ପୁଲିସକୁ ଏ ସମ୍ପର୍କରେ ଖବର ଦିଆଯାଇଛି। ବନ୍ଧା ହୋଇଥିବା ଯୁବକ ଜଣଙ୍କ ବରହମପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories