www.samajalive.in
Saturday, December 6, 2025
26.1 C
Bhubaneswar

ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ବେଗୁନିଆ: ବେଗୁନିଆ ଥାନା କଣ୍ଟାବାଡ଼ ପଂଚାୟତ ଅନ୍ତର୍ଗତ ତଣ୍ଡାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକ ଆଣି ଧାନ ଚୋରି କରୁଥିବା ଚୋରକୁ ଧରି ଗ୍ରାମବାସୀମାନେ ବେଗୁନିଆ ପୁଲିସ ଜିମା ଦେଇଛନ୍ତି । ସମ୍ପୃକ୍ତ ଗ୍ରାମର ଈଶ୍ୱର କୁମାର ସାହୁ ଘରେ ଶୋଇଥିବା ବେଳେ ବୋଲଗଡ଼ ବ୍ଲକ କାଦୁଆପଡା ଗ୍ରାମର ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ହୋତାଙ୍କ ପୁଅ ସତ୍ୟଜିତ ହୋତା ତାଙ୍କ ବାଡିପଟ କବାଟ ଭାଙ୍ଗି ଘରେ ପଶି ଧାନ ବସ୍ତା ଧରି ସେ ଆଣି ଆସିଥିବା ପଲସର ବାଇକରେ ରଖିବା ପାଇଁ ଯାଉଥିବାବେଳେ ଶ୍ରୀ ସାହୁଙ୍କ ନିଦ ଭାଙ୍ଗିଯିବାରୁ ସେ ଉଠିପଡ଼ି ସାହି ପଡିଶାର ଲୋକମାନଙ୍କୁ ଡାକ ପକାଇଥିଲେ। ତାଙ୍କର ପାଟି ଶୁଣି ଚୋର ଭୟରେ ତଳେ ପଡି ଖଣ୍ଡିଆ ଖାବରା ହୋଇ ପଡିଥିବା ବେଳେ ଗ୍ରାମବାସୀମାନେ ତାକୁ ଧରି ତାର ବାଇକ ସହିତ ବେଗୁନିଆ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଥାନା ଏସଆଇ ଆଶୁତୋଷ ପାଇକରାୟ୧୦୮/୨୧ ନଂ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories