www.samajalive.in
Saturday, December 6, 2025
16.1 C
Bhubaneswar

ଘଟଗାଁ କଂଗ୍ରେସ ତରଫରୁ ବିଭିନ୍ନ ତେଲ ଟାଙ୍କିରେ ଧାରଣା

ପାଟଣା : ଦେଶ ତଥା ରାଜ୍ୟରେ କରୋନା ମହାମାରୀ, ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ଅନବରତ ଭାବରେ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ସରକାର ଡିଜେଲ୍, ପେଟ୍ରୋଲ୍ ଏବଂ ରନ୍ଧନ ଗ୍ୟାସ୍ କ୍ରମାନ୍ୱୟ ଭାବରେ ବୃଦ୍ଧି କରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛନ୍ତି। ଏହାର  ପ୍ରତିବାଦ ଘଟଣା ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକଙ୍କ ନେତୃତ୍ବରେ ବିଶ୍ଵନାଥ ବେଜ, ସୁରେନ୍ଦ୍ର ପଟ୍ଟନାୟକ, ଚନ୍ଦ୍ରସେଖର ସାହୁ, ଏସ୍ କେ ଆଜିଜ୍ ପ୍ରମୁଖ କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ତିବ୍ର ପ୍ରତିବାଦ କରିଥିଲେ । ଏଣୁ ଯଥା ଶିଘ୍ର କେନ୍ଦ୍ର ସରକାର ତୈଳ ଦର ହ୍ରାସ ନକଲେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ରାଜରାସ୍ଥାକୁ ଓହ୍ଲାଇବ ବୋଲି ବ୍ଲକ୍ ସଭାପତି ଶ୍ରୀ ନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏସ୍ କେ ହବିବ୍, ଭଞ୍ଜ କିଶୋର ମିଶ୍ର, ମହେନ୍ଦ୍ର କୁମାର ପାତ୍ର, ଦୁର୍ଗା ପ୍ରସାଦ ବେହେରା, ହୃଦୟ ରଞ୍ଜନ ସିଂ, ବିକ୍ରମ ରାଉତ, ମୁକୁନ୍ଦ ସରାଡିଆ, ପ୍ରସନ୍ନ ଜେନା, ରାଧାକାନ୍ତ ବାରିକ୍, ହାଇଦର୍ ଅଲ୍ଲୀ, ଅଭିମନ୍ୟୁ ସେଠି ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।

- Advertisement -

ସେହିପରି ଢେଙ୍କିକୋଟ ଏବଂ ପଣ୍ଡାପଡା ଠାରେ କଂଗ୍ରେସ ନେତାମାନେ  ତେଲଟାଙ୍କି ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories