www.samajalive.in
Tuesday, December 9, 2025
26.1 C
Bhubaneswar

ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ, ପିଲାଙ୍କୁ ମିଳୁନି ସରକାରୀ ସହାୟତା

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତରେ ଥିବା ଲୁଡ଼ୁରୁ ଗ୍ରାମର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଛାତ୍ର/ଛାତ୍ରୀ ମାନଙ୍କୁ ମିଳିପାରୁନାହିଁ ସରକାରୀ ସହାୟତା। ଯାହା ଫଳରେ ଛାତ୍ର/ଛାତ୍ରୀମାନେ ନିଜ ପରିବାର ସହ ଅନେକ ଦୁର ଦୁରାନ୍ତରରୁ ସରକାରୀ ସହାୟତା ନିମନ୍ତେ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରେନ୍ଦ୍ର ପାଣି ଓ କର୍ମଚାରୀଙ୍କ ଦେଖା ମିଳୁନାହିଁ।

ରାଜ୍ୟ ସରକାର କରୋନା ମହାମାରୀ ଯୋଗୁଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ବନ୍ଦକରି ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର /ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଓ ପୋଷାକ ପାଇଁ ସରକାର ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ବିଦ୍ୟାଲୟ ଓ ପରିଚାଳନା କମିଟି ଆଜକୁ ୧ ବର୍ଷ ବିତିଲାଣି କିନ୍ତୁ ପିଲାଙ୍କୁ ମିଳୁନାହିଁ ଏହି ସବୁ ସରକାରୀ ସହାୟତା । ଏହି ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ(ଡିଡବ୍ଲ୍ୟୁଓ ) ସନ୍ତୋଷ କୁମାର ରଥଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଏହି ବିଷୟରେ ପଦକ୍ଷେପ ନେଇ ଛାତ୍ର/ ଛାତ୍ରୀ ମାନଙ୍କ ନିମନ୍ତେ ଆସିଥିବା ସରକାରୀ ସହାୟତା ଯୋଗାଇଦିଆଯିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories