www.samajalive.in
Saturday, December 13, 2025
27.1 C
Bhubaneswar

ଥାନାରେ ପୁଲିସକୁ ଆକ୍ରମଣ, ଭାଇ ସମେତ ୩ ଗିରଫ

ଭୁବନେଶ୍ବର: ଥାନା ଭିତରେ ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଏବଂ ଯୌତୁକ ନିର୍ଯାତନା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗୋଟିଏ ପରିବାରର ଭାଇ, ଭଉଣୀ ଓ ମା’ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ପୁରୁଣାଭୁବନେଶ୍ବର କୁଞ୍ଜପାଟଣା ସାହିର ଅମିତ ସ୍ବରୂପ ମହାପାତ୍ର, ଭଉଣୀ ଆଦ୍ୟାଶା ନନ୍ଦିନୀ ଓ ମା’ ଅନିତା ମହାପାତ୍ର।

ସୂଚନା ଅନୁଯାୟୀ, ବିବାହର ୪ମାସ ପରେ ଅଭିଯୁକ୍ତ ଅମିତ ତାଙ୍କ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଉଥିବା ଶ୍ରୀଲିଙ୍ଗରାଜ ଥାନା ପୁଲିସ ଖବର ପାଇବା କ୍ଷଣି ଏସ୍‌ଆଇ ଜ୍ୟୋତ୍ସ୍ନାମୟୀ ବରାଳ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲେ। ଏହି ସମୟରେ ଅଭିଯୁକ୍ତର ଭଉଣୀ ଅଦ୍ୟାଶା ଏବଂ ମା’ ଅନିତା ଥାନାରେ ପହଞ୍ଚି ଏସ୍‌ଆଇଙ୍କ ସହ ଯୁକ୍ତିତର୍କ କରିଥିଲେ। ଥାନାରେ ଅନ୍ୟ ମହିଳା ପୁଲିସ କର୍ମଚାରୀ ନଥିବାରୁ ସୁଯୋଗ ନେଇ ଅଭିଯୁକ୍ତ ଅମିତଙ୍କ ମା’ ଓ ଭଉଣୀ ଉତ୍‌କ୍ଷିପ୍ତ ହୋଇ ଏସ୍‌ଆଇ ଶ୍ରୀମତୀ ବରାଳଙ୍କୁ ମାଡ଼ ମାରିବା ସହ ତାଙ୍କ ବେକରୁ ସୁନାଚେନ୍‌ ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏପରିକି ଏସ୍‌ଆଇଙ୍କ ବେକରେ ଓଢ଼ଣି ଗୁଡ଼ାଇ ମାରିଦେବକୁ ଉଦ୍ୟମ କରିଥିଲେ।

- Advertisement -

ଏହି ସମୟରେ ଏସ୍‌ଆଇ ଶ୍ରୀମତୀ ବରାଳ ଚିତ୍କାର କରିବାରୁ ଅନ୍ୟ ପୁରୁଷ ପୁଲିସ କର୍ମଚାରୀ ପାଟିଶୁଣି ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଅମିତଙ୍କ ପତ୍ନୀଙ୍କ ଏତଲାରେ ପୁଲିସ ଯୌତୁକ ନିର୍ଯାତନା ଓ ଏସଆଇ ଶ୍ରୀମତୀ ବରାଳଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ଦୁଇଟି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।

ଅନ୍ୟପକ୍ଷରେ ଗତବର୍ଷ ମେ’୧୦ ରେ ଏୟାରପୋର୍ଟ ପୁଲିସ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଅମିତକୁ ଥାନାରେ ଅଟକ ରଖିଥିଲା। ସେହି ସମୟରେ ଅଭିଯୁକ୍ତ କନଷ୍ଟେବଳଙ୍କୁ ଧକ୍କା ମାରି ଚମ୍ପଟ ମାରିଥିଲା। ଏହାସହ ଏୟାରପୋର୍ଟ ଛକରେ ଜଣେ କନଷ୍ଟେବଳଙ୍କୁ ଆକ୍ରମଣ କରିବା ସହ ଗରମ ତେଲ ପକାଇ ଦେଇ ଗୁରୁତର କରିବା ଅଭିଯୋଗ ରହିଥିଲା। ପୁଲିସ ଅଭ୍ୟାସଗତ ଅଭିଯୁକ୍ତକୁ ନିଆଳି ଅଞ୍ଚଳରୁ ଗିରଫ କରି ଅଦାଲତ ଚାଲାଣ କରିଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories