www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୨୨୨ ସଂକ୍ରମିତ; କଟକରୁ ସର୍ବାଧିକ ୬୧୯

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪ ଜଣ ରହିଥିବା ଜଣାଯାଇଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୧, ବାଲେଶ୍ୱର ୨୦୮, ବରଗଡ ୨୪, ଭଦ୍ରକ ୧୪୧, ବଲାଙ୍ଗୀର ୨୨, ବଉଦ ୧୬ ଓ କଟକ ଜିଲାରୁ ୬୧୯ ଜଣ ରହିଛନ୍ତି। ସେହିଭଳି ଦେବଗଡ ଜିଲାରୁ ୭, ଗଜପତି ୯, ଗଞ୍ଜାମ ୨୪, ଜଗତସିଂହପୁର ୨୧୨, ଯାଜପୁର ୧୯୦, କଳାହାଣ୍ଡି ୨୫, କନ୍ଧମାଳ ୨୫, କେନ୍ଦ୍ରାପଡା ୧୭୯, କେନ୍ଦୁଝର ଜିଲାରୁ ୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୪୨୨, କୋରାପୁଟ ୫୩, ମାଲକାନଗିରି ୬୬, ମୟୁରଭଞ୍ଜ ୧୯୫, ନବରଙ୍ଗପୁର ୨୩ ଏବଂ ନୟାଗଡରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡା ଜିଲାରୁ ୧୬, ପୁରୀ ୧୮୮, ରାୟଗଡା ୬୧, ସମ୍ବଲପୁର ୩୧, ସୋନପୁର ୧୨, ସୁନ୍ଦରଗଡ ୬୬ ଓ ଷ୍ଟେଟପୁଲରୁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଗତକାଲି ଆଉ ୩୪୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୮୮୦୯୯୭ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ସଂପ୍ରତି ୩୦୯୫୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories