www.samajalive.in
Thursday, December 11, 2025
18.1 C
Bhubaneswar

ପର ହେଲା ରକ୍ତ ସମ୍ପର୍କ, ଅସହାୟ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅସୁସ୍ଥ ବୃଦ୍ଧ

କୁଆଁପାଳ: ବୃଦ୍ଧ ବୟସରେ ସାହା ହେଲେନି ଜନ୍ମ କଲା ପୁଅ ଝିଅ। ପର ଭଳି ଅସହାୟ ଅବସ୍ଥାରେ ଛାଡିଦେଲେ। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ନିକଟରେ ଏକ ମାତ୍ର ପୁତ୍ର ଥିଲେ ବି ସେ ପଚାରୁନି। ତିନି ଝିଅ ବାହା ହୋଇ ଯାଇଥିବା ବେଳେ ସେମାନେ ବି ବାପାର ଅସମୟରେ ସହାୟ ହେଉନାହାନ୍ତି। କେବଳ ଗାଁ’ର ସାଇ ଭାଇ ବୃଦ୍ଧ ଜଣକୁ ମେଡିକାଲ ଠାରୁ ଆରମ୍ଭ କରି ସବୁ ବୁଝୁଛନ୍ତି।

- Advertisement -

ଏଭଳି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଉମର ପଂଚାୟତ ଉମର ଗ୍ରାମର ବେହେରା ସାହିରେ। ଏହି ଗ୍ରାମର ପ୍ରହଲ୍ଲାଦ ବେହେରା (୮୦)ଙ୍କୁ ପୁଅଝିଅମାନେ ନ ପଚାରିବାରୁ ଏବେ ଗାଁ ନିକଟ ବାଲିଆଚକା ବଜାରରେ ଥିବା ଏକ ଚାଳ ଛପର ଘରେ ଆଶ୍ରୟ ନେଉଥିଲେ। ଗାଁ ଲୋକ ଯେତେବେଳେ ଯିଏ ଯାହା ଦେଲା ସେଇଆକୁ ଖାଇ ରୁହନ୍ତି ତ କେତେବେଳେ ନମିଳିଲେ ଉପାସ ରୁହନ୍ତି। ଗତ ଦୁଇଦିନ ତଳେ ବୃଦ୍ଧ ପ୍ରହଲ୍ଲାଦ ସୋଇଥିବା ବେଳେ ଉଚ୍ଚ ରକ୍ତଚାପରେ ପୀଡିତ ହୋଇ ଘର ଭିତରେ ପଡ଼ିଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ କବାଟ ଭାଙ୍ଗି ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଇଥିଲେ। ତାଙ୍କୁ ନିଶ୍ଚନ୍ତକୋଇଲି ଡାକ୍ତର ପରୀକ୍ଷା କରି ପ୍ରଥମ ବ୍ରେନ ଷ୍ଟ୍ରୋକ ହୋଇଥିବା କହିବା ସହ କଟକ ବଡ଼ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ତାଙ୍କର କେହି ଆତ୍ମୀୟ ସ୍ୱଜନ ନଥିବାରୁ ବାଧ୍ୟ ହୋଇ ଗାଁ ଲୋକ ଗାଁ’କୁ ନେଇ ଆସିଥିଲେ।

ଏଥି ନେଇ ଗାଁ ଲୋକେ ତାଙ୍କର ପୁଅ ଓ ସମସ୍ତ ଝିଅଙ୍କୁ ବାପା ଅସୁସ୍ଥ ନେଇ ଖବର ଦେଇଥିଲେ ବି ସେମାନେ କେହି ବୃଦ୍ଧ ବାପାଙ୍କ ନିକଟରେ ପହଞ୍ଚିଲେନି। ଏବେ ବୃଦ୍ଧ ପ୍ରହଲ୍ଲାଦ ଅଧିକ ଗୁରୁତର ହୋଇ ମୃତ୍ୟୁ ସହ ଲଢେଇ କରୁଥିବା ବେଳେ କେବଳ ଗାଁ ସାଇଭାଇମାନେ ଯାହାକିଛି ସାହାଯ୍ୟ ସହଯୋଗ କରୁଛନ୍ତି। ବୃଦ୍ଧ ପ୍ରହଲ୍ଲାଦଙ୍କ ସାନ ଝିଅ ପୁଲିସ ବିଭାଗରେ ଚାକିରୀ କରିଥିବା ବେଳେ ସେମାନଙ୍କୁ ବାପାଙ୍କ ଅସୁସ୍ଥତା ନେଇ ଖବର ଦିଆ ଯାଇଥିଲା ବେଳେ ସେମାନେ ବି ବାପାର ଅସମୟରେ ପହଂଚି ନାହାନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ବୃଦ୍ଧ ପ୍ରହଲ୍ଲାଦକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ବୃଦ୍ଧଙ୍କ ଝିଅ ଭୁବନେଶ୍ୱରରେ ପୁଲିସ ବିଭାଗରେ ଚାକିରୀ କରିଥିବା ବେଳେ ଜ୍ୱାଇଁ ମଧ୍ୟ ପୁଲିସ ଓ ଅନ୍ୟ ଦୁଇ ଝିଅ ଘର ଠାରୁ ମାତ୍ର ୫କିମି ମଧ୍ୟରେ ବିବାହ କରିଥିବା ବେଳେ କେହି ବାପାର ଶେଷ ସମୟରେ ପାଖରେ ପହଂଚି ନାହାନ୍ତି। ଏକ ମାତ୍ର ପୁତ୍ର ମଧ୍ୟ ଅର୍ଦ୍ଧ ମାନସିକ ରୋଗୀ ଭଳି ଗାଁ’ରେ ରହୁଥିଲେ ବି ସେ ବୁଝୁନି ବାପା କଥା। ପୁତ୍ରବଧୂ ଓ ନାତି ନାତୁଣୀ କଟକରେ ରହୁଛନ୍ତି ହେଲେ କେହି ବାପାର ଏ ଅସମୟରେ ସହାୟ ହେଉନାହାନ୍ତି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories