ହରଭଙ୍ଗା: ହରଭଙ୍ଗା ବ୍ଲକର ଆଡେଣିଗଡ, ତିଲେଶ୍ୱର, କୁଶଙ୍ଗ, ବିଶିପାଲ୍ଲୀ, ପୁରୁଣାକଟକ, ଲୁଣିବାହାଲ ଅଂଚଳରେ ରେଡକ୍ରସ ପକ୍ଷରୁ ଅସହାୟ ଲୋକଙ୍କୁ କରୋନା କିଟ୍ ବଟଂନ କରାଯାଇଥିଲା। ଏହି ବଟଂନ କାର୍ଯ୍ୟକ୍ରମରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବୌଦ୍ଧ ରେଡକ୍ରସ ମୁଖ୍ୟ ପ୍ରବୀର ଦାସ, ସଭ୍ୟ ନବକିଶୋର ଦୀପ, ସତ୍ୟ ନାୟକ, ସୁବାଷ ନାୟକ ପ୍ରମୁଖ ସାମିଲ ଥିଲେ। ପ୍ରଦାନ କରାଯାଇଥିବା କିଟରେ ସାବୁନ, ତେଲ, ପେଷ୍ଟ ଏବଂ ସାନିଟାଇଜର ଥିବା ସୂଚନା ମିଳିଛି।
Popular Categories



