www.samajalive.in
Sunday, December 14, 2025
17.1 C
Bhubaneswar

ଅସନ୍ତୁଷ୍ଟଙ୍କ ପାଇଁ ଅଫ୍‍ଲାଇନ: ଜୁଲାଇରେ ଫର୍ମପୂରଣ, ପରୀକ୍ଷା ଓ ଫଳ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ମାଧ୍ୟମିକ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶନରେ କୌଣସି ତ୍ରୁଟି ହୋଇନାହିଁ। ଜିଲା ଶିକ୍ଷାଧିକାରୀଙ୍କ ସହ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୋର୍ଡର ସ୍ୱତନ୍ତ୍ର କୋର କମିଟି ତର୍ଜମା ପରେ ଚଳିତ ମାଟ୍ରିକ ଫଳ ମୂଲ୍ୟାୟନ ପଦ୍ଧତି ସ୍ଥିର କରାଯିବା ସହ ଜିଲା ଶିକ୍ଷାଧିକାରୀ ଓ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଥିଲା। ଏଥିସହ ମାଟ୍ରିକ ଫଳ ମୂଲ୍ୟାୟନ ପଦ୍ଧତି ସମ୍ପର୍କିତ ତଥ୍ୟ ବୋର୍ଡ ୱେବସାଇଟରେ ପ୍ରଦାନ କରାଯାଇଥିଲା। ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ମୂଲ୍ୟାୟନ ହୋଇଛି। ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଜୁଲାଇରେ ଅଫ୍‍ଲାଇନ୍‍ ପରୀକ୍ଷା ଦେଇପାରିବେ ବୋଲି ମଙ୍ଗଳବାର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଜୁଲାଇରେ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୫ରେ ଏଥିପାଇଁ ଆବେଦନପତ୍ର ପୂରଣ ଆରମ୍ଭ ହୋଇ ୧୦ ଦିନ ମଧ୍ୟରେ ଶେଷ ହେବ। ପରୀକ୍ଷା ଶେଷ ହେବାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବା ନିମନ୍ତେ ବୋର୍ଡ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ବୋର୍ଡ ସଭାପତି ରାମାଶିଷ ହାଜରା କହିଲେ, ମାର୍କ ସଂଶୋଧନ ହୋଇଥିବା ଜଗତସିଂହପୁର ଜିଲାର ୨୨ଟି ବିଦ୍ୟାଳୟର କୋର୍ଡରେ ସମସ୍ୟା ହେତୁ ଫଳ ତ୍ରୁଟିଯୁକ୍ତ ହୋଇଥିଲା ଓ ତାହାକୁ ହିଁ ସଂଶୋଧନ କରାଯାଇଛି। ମୂଲ୍ୟାୟନରେ ବିଦ୍ୟାର୍ଥୀଙ୍କ ୨୦୧୭ରୁ ୨୦୨୦ ଯାଏ ୪ ବର୍ଷର ପ୍ରଦର୍ଶନକୁ ବିଚାର କରାଯାଇଛି। ସିବିଏସ୍‍ଇ ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଛି। ନିର୍ଦ୍ଧାରିତ ପଦ୍ଧତିରେ ନବମ ଓ ଦଶମ ଶ୍ରେଣୀର ପ୍ରାପ୍ତ ନମ୍ବର ଆଧାରରେ ଚୂଡ଼ାନ୍ତ ମୂଲ୍ୟାୟନ ବିବେଚନା କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ଏ୧ ଗ୍ରେଡ୍‍ରେ ୨ ଗୁଣ ଓ ଏ୨ ଗ୍ରେଡ୍‍ରେ ୩ ଗୁଣରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସେ କହିଥିଲେ। ଏହାଦ୍ୱାରା ଛାତ୍ରଛାତ୍ରୀ ଯୁକ୍ତ ଦୁଇ ନାମଲେଖା ନିମନ୍ତେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି। ବୋର୍ଡ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

- Advertisement -

ଅନ୍ୟପକ୍ଷରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଲେ ସର୍ବାଧିକ ନମ୍ବରକୁ ଗ୍ରହଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ରାଜ୍ୟ ସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି। ଓଷ୍ଟା ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ କରୋନା ପାଇଁ ଏପ୍ରିଲ୍‍ ମାସରେ ହେବାକୁ ଥିବା ମାଟ୍ରିକ୍‍ ପରୀକ୍ଷାକୁ ସରକାର ଅପ୍ରତ୍ୟାଶିତ ଭାବେ ବାତିଲ କଲେ। ପରୀକ୍ଷାର କୌଣସି ବିକଳ୍ପ ନାହିଁ ଓ ପରୀକ୍ଷା ବ୍ୟତୀତ କେବେହେଲେ ପିଲାଙ୍କୁ ସଠିକ୍‍ ନ୍ୟାୟ ପ୍ରଦାନ କରି ହେବ ନାହିଁ ବୋଲି ସେବେଠାରୁ ଓଷ୍ଟା ପକ୍ଷରୁ ମତବ୍ୟକ୍ତ କରାଯାଇଛି। ଜୁନ୍‍ ୨୫ରେ ମାଟ୍ରିକ୍‍ ଫଳ ପ୍ରକାଶ ହେବାଠାରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନେ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ପରୀକ୍ଷାଫଳର ହାର ସର୍ବାଧିକ ହୋଇଥିଲା ବେଳେ ଭଲ ପିଲାମାନଙ୍କର ନମ୍ବର କମିଯାଇଛି ବୋଲି ଅଭିଯୋଗ ହେଉଛି।

ବୋର୍ଡ ପକ୍ଷରୁ ଯାହା ସଫେଇ ଦିଆଯାଉଛି ତାହା ଶିକ୍ଷକ, ଶିକ୍ଷାବିତ୍‍ ତଥା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ। ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟଗୁଡ଼ିକୁ ନିଜସ୍ୱ ଭାବେ ପ୍ରବେଶିକା ପରୀକ୍ଷା କରାଇ ମେଧା ତାଲିକା ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବାକୁ ଓଷ୍ଟା ପକ୍ଷରୁ ସଭାପତି ବିନୋଦବିହାରୀ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ରଙ୍କ ସମେତ ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories