www.samajalive.in
Monday, December 15, 2025
17.1 C
Bhubaneswar

ୱିମ୍ବଲଡନ୍‌ – ୨ୟ ରାଉଣ୍ଡରେ ବାର୍ଟି, ଭିନସ୍ ଓ ଜେରେଭ୍

ଲଣ୍ଡନ୍‌: ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‌ରେ ମଙ୍ଗଳବାର ୨ୟ ଦିନରେ ମହିଳା ସିଙ୍ଗଲ୍‌ସରେ ଟପ୍ ସିଡ୍‌ ଆସ୍‌ଲେ ବାର୍ଟି ଓ ୯୦ତମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭିନସ୍ ୱିଲିୟମ୍‌ସ ଏବଂ ପୁରୁଷ ସିଙ୍ଗଲ୍‌ସରେ ୪ର୍ଥ ସିଡ୍‌ ଆଲେକ୍‌ଜାଣ୍ଡର ଜେରେଭ୍ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି କଡ଼ା ମୁକାବିଲା ପରେ ସ୍ପେନ୍‌ର କାର୍ଲା ସ୍ବାରେଜ୍ ନାଭାରୋଙ୍କୁ ୬-୧, ୬-୭, ୬-୧ ସେଟ୍‌ରେ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଜୀବନର ୯୦ତମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଆମେରିକାର ଭିନସ୍ ୱିଲିୟମ୍‌ସ ପ୍ରଥମ ରାଉଣ୍ଡରେ ରୋମାନିଆର ମିହେଲା ବୁଜାର୍ନେସ୍କ୍ୟୁଙ୍କୁ ୭-୫, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଭିନସ୍ ୫ ଥର ୱିମ୍ବଲଡନ୍‌ ଚମ୍ପିଆନ୍ ହୋଇଛନ୍ତି। ୮ମ ସିଡ୍‌ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ୭-୫, ୬-୪ ସେଟ୍‌ରେ ସ୍ଲୋଭେନିଆର ତାମାରା ଜିଦାନ୍‌ସେକ୍‌ଙ୍କୁ ପରାସ୍ତ କରିଛନ୍ତି। ୧୩ଶ ସିଡ୍‌ ବେଲ୍‌ଜିୟମ୍‌ର ଏଲିଜ୍ ମର୍ଟେନ୍‌ସ ୬-୩, ୬-୧ ସେଟ୍‌ରେ ଇଂଲଣ୍ଡର ହାରିଏଟ୍‌ ଡାର୍ଟଙ୍କୁ ପରାସ୍ତ କରିଛନ୍ତି। ୧୫ଶ ସିଡ୍‌ ଗ୍ରୀସ୍‌ର ମାରିଆ ସାକାରି ୬-୧, ୬-୧ ସେଟ୍‌ରେ ନେଦରଲାଣ୍ଡ୍‌ସର ଆରନ୍ତ୍‌ସା ରସ୍‌ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୪ର୍ଥ ସିଡ୍‌ ଜର୍ମାନୀର ଆଲେକ୍‌ଜାଣ୍ଡର ଜେରେଭ୍ ୬-୩, ୬-୪, ୬-୧ ସେଟ୍‌ରେ ନେଦରଲାଣ୍ଡ୍‌ସର ଟାଲନ୍ ଗ୍ରିକ୍‌ସ୍ପୁଅରଙ୍କୁ ପରାସ୍ତ କରିଛନ୍ତି। ୯ନଂ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନ୍ ୬-୩, ୬-୪, ୬-୦ ସେଟ୍‌ରେ ଫ୍ରାନ୍‌ସର ବିନଏଟ୍‌ ପାଇରେଙ୍କୁ ପରାସ୍ତ କରିଛନ୍ତି। ୨୨ନଂ ସିଡ୍ ଇଂଲଣ୍ଡର ଡାନିଏଲ୍‌ ଇଭାନ୍‌ସ ୭-୬, ୬-୨, ୭-୫ ସେଟ୍‌ରେ ସ୍ପେନ୍‌ର ଫେଲିସିଆନୋ ଲୋପେଜ୍‌ଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍‌ ଇଟାଲୀର ଫାବିଓ ଫୋଗ୍ନିନି ୭-୬, ୬-୨, ୬-୪ ସେଟ୍‌ରେ ସ୍ପେନ୍‌ର ଆଲ୍‌ବର୍ଟ ରାମୋସ୍-ଭିନୋଲାସ୍‌ଙ୍କୁ ପରାସ୍ତ କରିଛନ୍ତି। ତେବେ ୧୫ନଂ ସିଡ୍‌ ଆମେରିକାର ଆଲେକ୍ସ ଡି ମିନୌରଙ୍କୁ ଆମେରିକାର ସେବାଷ୍ଟିଆନ୍ କୋର୍ଡାଙ୍କୁ ପରାସ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories