www.samajalive.in
Sunday, December 7, 2025
26.1 C
Bhubaneswar

୧୦୦ମି. ସେମିଫାଇନାଲରେ ଦୁତି

ଜାକର୍ତ୍ତା : ଓଡ଼ିଶାର ଧାବିକା ଦୁତି ଚାନ୍ଦ ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ବେଳେ ଏଥିରେ ତାଙ୍କ ପ୍ରଥମ ପଦାର୍ପଣରେ ସଫଳ ହୋଇଛନ୍ତି। ଦୁତି ୧୮ଶ ଏସୀୟ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ର ସେମିଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହିଟ୍‍-୨ରେ ଦୁତି ପ୍ରଥମ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। ଦୁତି ୧୧.୩୮ ସେକେଣ୍ଡ ସମୟ ନେଇ ଏହି ହିଟ୍‍ର ପ୍ରଥମସ୍ଥାନରେ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୁତି ପ୍ରଥମ ସ୍ଥାନରେ ରହିଥିଲେ। କାଜାଖ୍‍ସ୍ତାନର ଓଲ୍‍ଗା ସାଫ୍ରାନୋଭା ଏହି ହିଟ୍‍ରେ ଦୁତିଙ୍କୁ କଡ଼ା ମୁକାବିଲା ଦେଇଥିଲେ ହେଁ ଦୁତି ହିଁ ପ୍ରଥମେ ଫିନିସ୍‍ ଲାଇନ୍‍ ସ୍ପର୍ଶ କରିଥିଲେ। ୧୧.୪୬ ସେକେଣ୍ଡ ସମୟ ନେଇ ଓଲ୍‍ଗା ୨ୟ ସ୍ଥାନରେ ରହିଥିଲେ।
୫ଟି ହିଟ୍‍ରୁ ମୋଟ ୧୬ ଜଣ ଧାବିକା ସେମିଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏହି ୧୬ ଜଣଙ୍କ ମଧ୍ୟରେ ଟାଇମିଂ ହିସାବରେ ଦୁତି ୩ୟ ସ୍ଥାନରେ ରହିଛନ୍ତି। ଦୁତିଙ୍କ ଟାଇମିଂ ୧୧.୩୮ ସେକେଣ୍ଡ ଥିବା ବେଳେ ଚୀନ୍‍ର ୱେଙ୍ଗଲି ୱେଇଙ୍କ ଟାଇମିଂ ୧୧.୩୨ ସେକେଣ୍ଡ ଏବଂ ବାହାରେନ୍‍ର ହାଜାର ଆଲ୍‍ଖାଲ୍‍ଡି ୧୧.୩୫ ସେକେଣ୍ଡ ସମୟ ନେଇଥିଲେ। ସେମିଫାଇନାଲରୁ ଶ୍ରେଷ୍ଠ ୮ ଧାବିକା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୧୦୦ ମିଟର ଦୁତିଙ୍କ ପ୍ରିୟ ଇଭେଣ୍ଟ ହୋଇଥିବା ବେଳେ ଚଳିତ ସିଜିନ୍‍ରେ ତାଙ୍କ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୨୯ ସେକେଣ୍ଡ। ଏହି ଟାଇମିଂରେ ସାମାନ୍ୟ ଉନ୍ନତି ଆଣିପାରିଲେ ଦୁତିଙ୍କ ପାଇଁ ସ୍ୱର୍ଣ୍ଣ ଜିତିବା ସହଜ ହୋଇପାରେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories