www.samajalive.in
Monday, December 15, 2025
14.1 C
Bhubaneswar

ୟୁରୋ କପ୍‌: ୧-୦ରେ ସ୍ବିଡେନ୍‌ ବିଜୟୀ, ପ୍ରିକ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସ

ସେଣ୍ଟ ପିଟରସବର୍ଗ: ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଗ୍ରୁପ୍‌ ଇ’ର ପ୍ରଥମ ମ୍ୟାଚ୍‌ ସ୍ବିଡେନ୍‌ ଓ ସ୍ଲୋଭାକିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସ୍ବିଡେନ୍‌ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ୩ ମିନିଟ୍‌ରେ ସ୍ବିଡେନ୍‌ର ଲାରସନ୍‌ ପ୍ରତିପକ୍ଷ ଦଳର ଗୋଲପୋଷ୍ଟକୁ ସଟ୍‌ ମାରିଥିଲେ ମଧ୍ୟ ଗୋଲରକ୍ଷକ ଏହାକୁ ଅଟକାଇ ଦେଇଥିଲେ। ୫ ମିନିଟ୍‌ରେ ସ୍ଲୋଭାକିଆକୁ ଏକ କର୍ଣ୍ଣର ମିଳିଥିଲେ ମଧ୍ୟ ଏହି ଦଳର ଖେଳାଳି ତାହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ। ୧୩ ମିନିଟ୍‌ରେ ସ୍ବିଡେନ୍‌କୁ ଗୋଲ କରିବାର ସୁଯୋଗ ମିଳିଥିଲା। ତେବେ ପ୍ରଥମାର୍ଦ୍ଧ ଖେଳ ୦-୦ରେ ଶେଷ ହୋଇଥିଲା। ଖେଳର ୭୭ ମିନିଟ୍‌ରେ ସ୍ବିଡେନ୍‌ର କ୍ବାଇସନ୍‌ଙ୍କୁ ସ୍ଲୋଭାକିଆ ଗୋଲରକ୍ଷକ ଡି’ ଏରିଆ ମଧ୍ୟରେ ଫାଉଲ୍‌ ମାରିବାରୁ ସ୍ବିଡେନ୍‌କୁ ଏକ ପେନାଲଟି କିକ୍‌ ମିିଳିଥିଲା। ସ୍ବିଡେନ୍‌ର ଏମିଲ୍‌ ଫୋର୍ସବର୍ଗ ପେନାଲଟ୍‌କୁ ଗୋଲ୍‌ରେ ପରିଣତ କରି ସ୍ବିଡେନ୍‌କୁ ୧-୦ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଶେଷ ପର୍ଯ୍ୟନ୍ତ ଦୁଇ ଦଳ ଆଉ କୌଣସି ଗୋଲ୍‌ ଦେବାକୁ ସକ୍ଷମ ହୋଇପାରିନଥିଲେ। ଏହି ବିଜୟ ଫଳରେ ସ୍ବିଡେନ୍‌ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇଛି।

ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ବିଳମ୍ବିତ ରାତ୍ରିରେ ଖେଳାଯାଇଥିବା ଗ୍ରୁପ୍‌ ସି’ର ଏକ ମ୍ୟାଚ୍‌ରେ ଅଷ୍ଟ୍ରିଆକୁ ୨-୦ ଗୋଲ୍‌ରେ ପରାସ୍ତ କରି ନେଦରଲ୍ୟାଣ୍ଡ୍‌ସ ଦଳ ପ୍ରିକ୍ବାର୍ଟରରେ ପ୍ରବେଶ କରିଛି। ଗ୍ରୁପ୍‌ ସି’ରେ ନେଦରଲ୍ୟାଣ୍ଡ୍‌ସ ଦଳ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୬ ପଏଣ୍ଟ ହାସଲ କରିଛି। ୧୧ ମିନିଟ୍‌ରେ ନେଦରଲ୍ୟାଣ୍ଡ୍‌ସର ଡେନଜେଲ୍‌ ଡୁମ୍‌ଫ୍ରାଇଜ୍‌ଙ୍କୁ ଡି’ ଏରିଆରେ ପ୍ରତିପକ୍ଷ ଦଳର ଡେଭିଡ୍‌ ଆଲବା ଫାଉଲ୍‌ ମାରିବାରୁ ଫେରରି ନେଦରଲ୍ୟାଣ୍ଡ୍‌ସକୁ ଏକ ପେନାଲଟି କିକ୍‌ ପ୍ରଦାନ କରିଥିଲେ। ନେଦରଲ୍ୟାଣ୍ଡ୍‌ସ ଦଳର ଡିପେ ଏହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ବିତୀୟାର୍ଦ୍ଧରେ ଖେଳର ୬୭ ମିିନିଟ୍‌ରେ ଡୁମଫ୍ରାଇଜ୍‌ ନେଦରଲ୍ୟାଣ୍ଡ୍‌ସ ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories