www.samajalive.in
Sunday, December 7, 2025
23.1 C
Bhubaneswar

ରାସ୍ତା ନୁହେଁ ମରଣ ଯନ୍ତା ସାଜିଛି କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତା 

କଣ୍ଟାମାଳ : ଗମନାଗମନକୁ ସଭ୍ୟତାର ମାପକାଠି କୁହାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ପଥଚାରୀଙ୍କ ପାଇଁ ସୁଦ୍ଧା ମରଣ ଯନ୍ତା ସାଜିଛି। ଏହି ରାସ୍ତା ଖଣ୍ଡିକ ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବା ପରେ ଏହାରି ଉନ୍ନତି ପାଇଁ ପ୍ରାୟ ୭କୋଟି ଟଙ୍କାରେ ବ୍ୟୟରେ ରାସ୍ତାର ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ ଚାଲିଥିବା ବେଳେ କାର୍ଯ୍ୟର ଠିକାଦାର ମାନଙ୍କ ମନମାନୀ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନ ଅତି ଶୋଚନୀୟ ହୋଇ ପଡିଛି। ସାଧାରଣତଃ ପୋଲ ନିର୍ମାଣ ପରେ ଲୋକଙ୍କ ଯାତୟାତ ପାଇଁ ପୋଲ ଉପରେ ମେଟାଲ, ମୋରମ ଦେବାର ବ୍ୟବସ୍ଥା ରହିଥିଲେ ହେଁ ମାଟି ଦେଇ କାମ ଚଲାଇ ଦିଆଯାଉ ଥିବା ହେତୁ ସପ୍ତାହେ ହେଲା ବର୍ଷାରେ ରାସ୍ତାଟି ମରଣ ଯନ୍ତା ହୋଇ ପଡି ରହିଥିବା ବେଳେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି ଚାଲିଛି। ରାସ୍ତାର ତିଲକାମାଲ ନିକଟରେ ନିର୍ମୀତ ତିନି ଗୋଟି ପୋଲ ଉପରେ ଯାତୟାତ କରିବା ସମ୍ଭବ ହୋଇ ପାରୁନଥିବା ବେଳେ ଏହି ରାସ୍ତାର ପ୍ରାୟ ଏକ କିଲୋମିଟର ରସ୍ତାର ସ୍ଥାୟୀନିର୍ମାଣ ପାଇଁ ବ୍ୟବସ୍ଥା ଥିଲେ ହେଁ ଠିକାଦାର ବିଭାଗର ନିର୍ଦ୍ଦେଶକୁ ଫୁ କରି ଦେଉଥିବା ହେତୁ ବର୍ଷା ହେଲେ ରାସ୍ତା ଖଣ୍ଡିକ ଅମଡାବାଟ ହୋଇ ପଡୁଛି। ଗତ କାଲି ରାସ୍ତାର ଦୁରବସ୍ଥା ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ତୁରନ୍ତ ରାସ୍ତାରେ ଡଷ୍ଟ, ବାଲି, ମୋରମ ପକାଇ ବ୍ୟବହାର ଉପଯୋଗୀ କରାଯିବ ବୋଲି କହିଥିଲେ ହେଁ ଏଯାବତ ସମ୍ଭବ ହୋଇ ପାରିନଥିବା ଜଣାଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମୀତ ରାସ୍ତାଗୁଡିକର ନିର୍ମାଣ ସମୟରେ ଆବଶ୍ୟକ ତଦାରଖ ହୋଇ ପାରୁନଥିବା ହେତୁ ଏଭଳି ସମସ୍ୟା ଦେଖା ଯାଉଛି ବୋଲି ଅଭିଯୋଗ ହେଉଛି। ମୌସୁମୀ ବର୍ଷା ଆସି ଯାଇଥିବାରୁ ରାସ୍ତାଟିର ସ୍ଥାୟୀ ପ୍ରତିକାର ଦିଗରେ ପୂର୍ତ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories