www.samajalive.in
Saturday, December 6, 2025
15.1 C
Bhubaneswar

“ଗଭୀର ମହାସାଗର ଅଭିଯାନ”ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶାକୁ ବିଶେଷ ଲାଭ ହେବ : ଧର୍ମେନ୍ଦ୍ର ପ୍ରଧାନ

-“ଗଭୀର ମହାସାଗର ଅଭିଯାନ” ପାଇଁ ୪ ହଜାର ୭୭ କୋଟି ଟଙ୍କା କ୍ୟାବିନେଟର ମଞ୍ଜୁରୀ
-୨୦୨୧-୨୨ ବର୍ଷ ପାଇଁ ଫସଫରସ ଏବଂ ପୋଟାସ ସାର ପାଇଁ ପୁଷ୍ଟିକରଭିତିକ ସବସିଡ଼ି ହାରକୁ ଅନୁମୋଦନ ସ୍ୱାଗତଯୋଗ୍ୟ 

-୨୦୨୧-୨୨ ବର୍ଷ ପାଇଁ ଫସଫରସ ଏବଂ ପୋଟାସ ସାର ପାଇଁ ପୁଷ୍ଟିକରଭିତିକ ସବସିଡ଼ି ହାରକୁ
ଅନୁମୋଦନ ସ୍ୱାଗତଯୋଗ୍ୟ

- Advertisement -

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟ(ଏମଓଇଏସ)ର ପ୍ରସ୍ତାବିତ “ଗଭୀର ମହାସାଗର ଅଭିଯାନ” ପାଇଁ ୪ ହଜାର ୭୭ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ ଯୋଗେ ଧନ୍ୟବାଦ ଜଣାଇଛନ୍ତି ।
ଗଭୀର ସମୁଦ୍ରରେ ଥିବା ସମ୍ବଳର ଅନ୍ୱେଷଣ କରିବା ପାଇଁ ଏବଂ ସମୁଦ୍ର ସମ୍ବଳର ସ୍ଥାୟୀ ଉପଯୋଗ କରିବା ନିମନ୍ତେ ଗଭୀର ସମୁଦ୍ର ଟେକ୍ନୋଲୋଜିକୁ ବିକଶିତ କରିବା ପାଇଁ ଏହି ଅଭିଯାନକୁ ମଞ୍ଜୁରୀ ଦିଆଯାଇଛି। ଏହି ପଦକ୍ଷେପ ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶା ଭଳି ଉପକୂଳବର୍ତୀ ରାଜ୍ୟକୁ ଅଧିକ ଲାଭ ଦାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହାବ୍ୟତିତ ଚାଷୀଙ୍କ ପ୍ରତି ସମ୍ବେଦଶୀଳ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍‍ ସୁଲଭ ମୂଲ୍ୟରେ ସାରର ପର୍ଯ୍ୟାପ୍ତ ଉପଲବ୍ଧିକୁ ନିଶ୍ଚିତ କରିବାକୁ ୨୦୨୧-୨୨ ବର୍ଷ ପାଇଁ ଫସଫରସ ସାର ଏବଂ ପୋଟାସ ସାର ପାଇଁ ପୁଷ୍ଟିକର ଭିତିକ ରିଆତି ହାରକୁ ଦେଇଥିବା ଅନୁମୋଦନ ସ୍ୱାଗତଯୋଗ୍ୟ। ଚାଷୀ ସହଯୋଗୀ ଏହି ପଦକ୍ଷେପ ଦ୍ୱାରା ଚାଷୀମାନଙ୍କ ଉତ୍ପାଦନ ମୂଲ୍ୟ ହ୍ରାସ ହେବ। ସେମାନଙ୍କ ସଞ୍ଚୟ ବଢ଼଼ିବା ସହ ଦେଶରେ କୃଷି ଉତ୍ପାଦନ ସୁଦୃଢ଼ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories