www.samajalive.in
Sunday, December 7, 2025
23.1 C
Bhubaneswar

ଆଜିଠାରୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

ଭୁବନେଶ୍ବର: ସୁନାଗହଣା ଉପରେ ଆଜିଠାରୁ ହଲମାର୍କ ବାଧ୍ୟତାମୂଳକ କରାଯାଇଛି। ବିନା ହଲମାର୍କରେ କୌଣସି ସୁନାଗହଣା ଦୋକାନରେ ବିକ୍ରି ମନା। କୌଣସି ଦୋକାନୀ ଚାହିଁଲେ ଦୋକାନରେ ପୁରୁଣା ଗହଣା ବିକ୍ରି କରିପାରିବେ। ଦୋକାନି ପୁରୁଣା ଗହଣା କିଣି ଏହାର ମାନକ ବଢ଼ାଇବେ। ନିର୍ଦ୍ଧିଷ୍ଟ ମାନକ ଲଗାଇବା ପରେ ଏଥିରେ ହଲମାର୍କ ଲଗାଇପାରିବେ ବୋଲି ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମହାନିର୍ଦେଶକ ପ୍ରମୋଦ ତିୱାରିଙ୍କ ସୂଚନା ଦେଇଛନ୍ତି।
ଦେଶରେ ଏବେ ୩୦ ପ୍ରତିଶତ ସୁନା ଅଳଙ୍କାର ହଲମାର୍କ ଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୬ (ଆଜିଠୁ) ଦେଶର ୨୫୬ ଜିଲାରେ ଏହି ନିୟମକୁ ଅନିର୍ବାର୍ଯ୍ୟ କରାଯାଇଛି। ଏହି ଜିଲାଗୁଡ଼ିକରେ ପୂର୍ବରୁ ହଲମାର୍କ ସେଣ୍ଟର ପୂର୍ବରୁ ଉପଲବ୍ଧ ରହିଛି। ଏବେ ସମସ୍ତ ଗହଣା ଦୋକାନୀ ଦୁଇ ମାସ ଭିତରେ ପୁରୁଣା ଗହଣାରେ ହଲମାର୍କ ଲଗାଇବେ। ଏଥିପାଇଁ ୨ ମାସର ସମୟ ଦେଇଛନ୍ତି ସରକାର। ଅର୍ଥାତ ସେପ୍ଟେମ୍ୱର ୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସରକାର। ଏହା ଭିତରେ କୌଣସି ବ୍ୟବସାୟୀ ଜୋରିମାନା ଦେବେ ନାହିଁ।


ସମସ୍ତ ବ୍ୟବସାୟୀ କେବଳ ଓ୍ୱାନ ଟାଇମ୍ ପଞ୍ଜିକରଣ କରିବେ। ବାର୍ଷିକ ନବୀକରଣର ଆବଶ୍ୟକତା ନାହିଁ। ଏହା ବ୍ୟତୀତ ଅଳଙ୍କାର ଯୁକ୍ତ ଘଣ୍ଟା ଏବଂ ଛୋଟ ଛୋଟ ଜିନିଷ ହଲମାର୍କ ବାହାରେ ରହିବେ। ସେହିପରି ୪୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ଗହଣା ଦୋକାନ ଗୁଡିକ ମଧ୍ୟ ହଲମାର୍କିଂ ନିୟମ ବାହାରେ ରହିବେ। ଅର୍ଥାତ୍ ସରକାର ଛୋଟ ଛୋଟ ଅଳଙ୍କାର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଅଗଷ୍ଟ ଶେଷ ପର୍ଯ୍ୟନ୍ତ ହଲମାର୍କିଂର ନିୟମ ପାଳନ ନକଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ସହିତ ୧୪,୧୮, ୨୨ ବ୍ୟତୀତ ସରକାର ୨୦,୨୩, ୨୪ କ୍ୟାରେଟ୍ ଅଳଙ୍କାରର ହଲମାର୍କିଂକୁ ମଧ୍ୟ ଅନୁମୋଦନ କରିଛନ୍ତି।
ଏହି ବୈଠକରେ ଅନ୍ୟ ବ୍ୟବସାୟିକ ନେତାଙ୍କ ବ୍ୟତୀତ ଅଲ ଇଣ୍ଡିଆ ଟ୍ରେଡର୍ସ ଆସୋସିଏସନର ଜାତୀୟ ସଚିବ ଏବଂ ଅଲ ଇଣ୍ଡିଆ ଜୁଏଲର୍ସ ଏବଂ ଗୋଲ୍ଡସ୍ମିଥ ଫେଡେରେସନର ଜାତୀୟ ସଚିବ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅଲ ଇଣ୍ଡିଆ ଜୁଏଲର୍ସ ଏବଂ ଗୋଲ୍ଡସ୍ମିଥ ଫେଡେରେସନ ହେଉଛି ଦେଶର ଛୋଟ ଅଳଙ୍କାରର ସବୁଠାରୁ ବଡ ସଙ୍ଗଠନ। ସରକାରଙ୍କ ଏହି ପଦକ୍ଷେପକୁ ଅଲ ଇଣ୍ଡିଆ ଟ୍ରେଡର୍ସ ଆସୋସିଏସନର ଜାତୀୟ ସଭାପତି ବି.ସି.ଭାରତୀ ଏବଂ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ସ୍ୱାଗତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories