ଭୁବନେଶ୍ବର: ପୁରୀ ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ହେବ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷ୍ଣନ କୁମାରଙ୍କ ସୂଚନା ଦେଇଛନ୍ତି। ପୂର୍ବରୁ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ସରିଛି। ତେବେ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିବା ବେଳେ ମହାପ୍ରଭୁଙ୍କର ବିଧି ଅନୁଯାୟୀ ନୀତିକାନ୍ତି ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷ୍ଣନ କୁମାର ପ୍ରକାଶ କରିଛନ୍ତି।
Popular Categories



