www.samajalive.in
Friday, December 5, 2025
26.1 C
Bhubaneswar

ଦେଶର କୋଣ ଅନୁକୋଣକୁ ପହଞ୍ଚୁଛି ଚିକିତ୍ସା ସାମଗ୍ରୀ ଓ ଅମ୍ଳଜାନ ସାନ୍ଦ୍ରକ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ବ୍ଲୁ ଡାର୍ଟ କୋଭିଡ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତରୀ ଉପକରଣ ମଧ୍ୟରେ ଅନ୍ୟତମ ଅତ୍ୟାବଶ୍ୟକ ଅକ୍ସିଜେନ କନସେଣ୍ଟ୍ରେଟରକୁ ଭାରତୀୟ ଭୂଖଣ୍ଡର କୋଣ ଅନୁକୋଣକୁ ପରିବହନ କରିବା ପ୍ରକ୍ରିୟାକୁ ସୁଗମ କରିଛି। ପରିସ୍ଥିତିକୁ ଦେଖି ନିଜକୁ ପ୍ରସ୍ତୁତ କରିବା ଏବଂ ସମୟର ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇବାକୁ ବଜାରରେ ଏହାକୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରୁଥିବା ବୋଇଂ ୭୫୭-୨୦୦ ପଣ୍ୟବାହୀ ବିମାନ, ସ୍ଥଳଭାଗରେ ୧୧,୦୦୦ରୁ ଅଧିକ ଯାନ ଏବଂ ସଠିକ ସମୟରେ ସେବା ଯୋଗାଣ ଆଦିକୁ ଏହି ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ସମ୍ମିଶ୍ରିତ ଭାବେ ଉପଯୋଗ କରିଛି।
ମାର୍ଚ୍ଚ ଶେଷ ଭାଗରେ ଆରମ୍ଭ ହୋଇଥିବା କୋଭିଡ-୧୯ର ଭୟଙ୍କର ଦ୍ୱିତୀୟ ଲହର ଜନିତ ପରିସ୍ଥିତି ସହିତ ଭାରତ ସଂପ୍ରତି ଲଢେଇ କରୁଛି। ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହିତ ଅକ୍ସିଜେନ କନସେଣ୍ଟ୍ରେଟର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧିପାଇଛି ଏବଂ ତାହା କୋଣ ଅନୁକୋଣରେ, ବିଶେଷକରି ଭାରତର ଗ୍ରାମ ଓ ସହରଗୁଡିକୁ ପରିବହନ କରିବା ସମସ୍ୟା ମଧ୍ୟ ବୃଦ୍ଧିପାଇଛି। ବ୍ଲୁ ଡାର୍ଟ ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିମିଟର, ଚିକିତ୍ସା ସାମଗ୍ରୀ, ଭେଣ୍ଟିଲେଟର ଏବଂ ଆମର ସମ୍ପୂର୍ଣ୍ଣ ରେଞ୍ଜ୍‍ ର ତାପ-ନିୟନ୍ତ୍ରିତ ଉତ୍ପାଦଗୁଡିକ ସଠିକ ସମୟରେ ପରିବହନ କରିବା ଦିଗରେ ରାଷ୍ଟ୍ରକୁ ସହଯୋଗ କରିଛି।
ଏହା ନେଇଥିବା ଦାୟିତ୍ୱ ନିର୍ବାହ ସମ୍ପର୍କରେ ପ୍ରକାଶକରି ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଫୋର୍‍ ମାନୁଏଲ କହିଛନ୍ତି, ଏହି ଜଟିଳ ସମୟରେ ଜୀବିକା ଏବଂ ଯୋଗାଣ ଶୃଙ୍ଖଳ ଯେତେବେଳେ ଚାପରେ ରହିଛି, ସେତେବେଳେ ‘ଲୋକଙ୍କୁ ଯୋଡିବା, ଜୀବନରେ ଉନ୍ନତି ଆଣିବା’ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ଲୁ ଡାର୍ଟ ଦେଶ ମଧ୍ୟରେ ଏହାର ପୂର୍ବ ନିର୍ଦ୍ଧାରିତ ଉଡାଣ ଏବଂ ଆନ୍ତର୍ଜାତିକ ଚାର୍ଟାର ବିମାନଗୁଡିକର ଉଡାଣ, ସ୍ଥଳଭାଗରେ ଥିବା ନେଟୱର୍କ ଆଦି ଜରିଆରେ ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚିକିିତ୍ସା ସାମଗ୍ରୀ ଯୋଗାଣ ପହଞ୍ଚାଇବାକୁ ନିଜ ପାଖରେ ଥିବା ବୋଇଂ ୭୫୭ ପଣ୍ୟବାହୀ ବିମାନ ଏବଂ ସମସ୍ତ ସମ୍ବଳକୁ ଉପଯୋଗ କରିବା ଜାରି ରଖିଛି ଏବଂ ତଦ୍ଦ୍ୱାରା ବ୍ୟକ୍ତିବିଶେଷ ଏବଂ କର୍ପୋରେଟଗୁଡିକୁ ସହଯୋଗ କରୁଛି। ଏହା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟରେ କୋଭିଡ-୧୯ ଟିକା ନମୁନା, ତାପମାତ୍ରା ନିୟନ୍ତ୍ରିତ କୋଭିଡ-୧୯ ପରୀକ୍ଷଣ କିଟ୍‍ର ସ୍ଥାନାନ୍ତରଣ, ଭେଣ୍ଟିଲେଟର, ପିପିଇ, ପରୀକ୍ଷଣ କିଟ୍‍, ରିଏଜେଣ୍ଟ, ଏଞ୍ଜାଇମ, ରେସ୍‍ପିରେଟର, ସର୍ଜିକାଲ ମାସ୍କ, ଗଗଲ୍‍ସ ଏବଂ ଗ୍ଲୋଭ୍‍ସ ଆଦି ପରିବହନ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories