www.samajalive.in
Saturday, December 6, 2025
17.1 C
Bhubaneswar

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ

ବେଜିଂ: ପୂର୍ବ ଲଦାଖରେ ଭାରତୀୟ ସୈନ୍ୟଙ୍କ ସହିତ ଚୀନ ସୈନ୍ୟ ସାମନା ସାମନି ହେବା ବର୍ଷେ ହେଲାଣି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଓ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦୁଇପକ୍ଷର କୋର କମାଣ୍ଡର ମଧ୍ୟରେ ବହୁବାର ବୈଠକ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ଚୀନ ତାହାର ମନ୍ଦ ବୁଦ୍ଧି ଛାଡୁନାହିଁ। ଭାରତକୁ ଭୟଭୀତ କରିବା ତଥା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସୀମାନ୍ତରେ ସମରାଭ୍ୟାସ କରୁଛନ୍ତି। ପୂର୍ବ ଲଦାଖରେ ସୀମା ଆରପେଟ ଚାଲିଛି ଏହି ସମରାଭ୍ୟା। ଏଥିରେ ଶତ୍ରୁ ପକ୍ଷ ରାଡାରରେ ଧରା ନପଡି ନିର୍ଦ୍ଧାରିତ ସ୍ଥଳ ଉପରେ ଆକ୍ରମଣ କରିବାକୁ ସମର୍ଥ ଚୀନର ଜିଆନ ଏଚ-୨୦ ବୋମାବର୍ଷୀ ବିମାନ ମଧ୍ୟ ଅଂଶଗ୍ରହଣ କରୁଛି। ସୀମା ଆରପଟେ ଥିବା ଚୀନର ହୋଟନ ବାୟୁସେନା ଘାଟିରେ ଜିଆନ ଏଚ-୨୦ ବିମାନ ଲଗାତର ଉଡାଣ କରିବାରେ ଲାଗିଛି। ଭାରତ ରାଫେଲ ଯୁଦ୍ଧ ବିମାନ ଖରିଦ କରିବାପରେ ତାହାର ସାମରିକ କ୍ଷମତା ବୃଦ୍ଧି ପାଇଥିବାରୁ ତାହାକୁ ପ୍ରତିହତ କରିବା ଲକ୍ଷ୍ୟରେ ଚୀନ ଏଭଳି ଯୁଦ୍ଧବିମାନର ପରୀକ୍ଷଣ କରୁଥିବା କେତେକ ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି। ବିମାନର ଚୂଡାନ୍ତ ପରୀକ୍ଷଣ ଜୁନ୍‍ ମାସ ୮ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଜୁନ୍‍ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। କାରଣ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ଗଠନକୁ ଜୁନ୍‍ ୨୨ ତାରିଖ ଦିନ ୧୦୦ ବର୍ଷ ପୂରଣ ହେଉଛି। ଚୀନର ଏହି ବିମାନ ଦୀର୍ଘପଥ ଯାତ୍ରା କରିବା ସହିତ ଶତ୍ରୁପକ୍ଷ ରାଡାରରେ ଧରାନପଡିବା ଏବଂ ଅଧିକ ଓଜନ ବହନ କରିବାର ସାମର୍ଥ୍ୟ ରଖିଛି।

ସୂଚନାଯୋଗ୍ୟ ଯେ ଭାରତ ସରକାର ଫ୍ରାନ୍ସ ନିକଟରୁ ୩୬ଟି ରାଫେଲ ବିମାନ କିଣିବାକୁ ୨୦୧୬ ସେପ୍ଟେମ୍ବରରେ ଚୁକ୍ତି କରିଥିଲେ। ଏଥିପାଇଁ ଭାରତ ସରକାର ୫୯ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଇତିମଧ୍ୟରେ ଭାରତରେ ୨୪ଟି ରାଫେଲ ବିମାନ ପହଞ୍ଚିସାରିଛି। ରାଫେଲ ହେଉଛି ୪.୫ ପିଢିର ବିମାନ ଯେଉଁଥିରେ ସର୍ବାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରିବ ଏବଂ ଏଥିରେ ଉନ୍ନତ ସେନସର ବ୍ୟବସ୍ଥା ଖଞ୍ଜାଯାଇଛି। ଏହା ଗୋଟିଏ ଥର ଉଡାଣ କଲେ ଚାରିଟି ମିଶନ କାର୍ଯ୍ୟକାରୀ କରିବାକୁ ସମର୍ଥ ହେବ। ଭାରତ ଏହି ରାଫେଲ ବିମାନଗୁଡିକୁ ପୂର୍ବ ଲଦାଖ ଏବଂ ଦେଶର ଉତ୍ତର ପୂର୍ବ ସୀମାନ୍ତରେ ମୁତୟନ କରିଛି। ଅନ୍ୟପକ୍ଷରେ ଚୀନ ଯୁଦ୍ଧବିମାନଗୁଡିକ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବା କ୍ଷମତା ରଖିଛି। ଏହା ନିଜ ଦେଶର ସୀମା ଅତିକ୍ରମ ନକରି ମଧ୍ୟ ବେଲୁଚିସ୍ତାନ, ଆଫଗାନିସ୍ତାନ ଏବଂ ଲଦାଖର ନିର୍ଦ୍ଧାରିତ ସ୍ଥାନ ଉପରେ ଆକ୍ରମଣ କରିବାକୁ ସମର୍ଥ। ପେଣ୍ଟାଗନ ସୂତ୍ର ଅନୁଯାୟୀ ଚୀନର ଏହି ଏଚ-୨୦ ବିମାନର ୫୨୮୧ ମାଇଲ ପର୍ଯ୍ୟନ୍ତ ରେଞ୍ଜ ରହିଛି ଏବଂ ଏହା ୧୦ ଟନ୍‍ ଓଜନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିପାରିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories