www.samajalive.in
Friday, December 5, 2025
26.1 C
Bhubaneswar

ଟିକା ନେଇ ୪୮୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତରେ ବ୍ୟବହାର ହେଉଥିବା କରୋନା ଟିକା ନିରାପଦ ଓ ଏହା କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାରେ ବେଶ ପ୍ରଭାବଶାଳୀ। ତେବେ ଏହି କରୋନା ଟିକା ନେବା ପରେ ଦେଶରେ ୪୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ହଜାର ହିତାଧିକାରୀଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୧୬ରୁ ଜୁନ୍ ୭ ତାରିଖ ମଧ୍ୟରେ ଦେଶରେ ୨୩.୫ କୋଟି ପାନ ଟିକାକରଣ କରାଯାଇଛି। ଏହି ଟିକାକରଣ ସମୟର ୨୬,୨୦୦ ଜଣଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ଯାହା ମୋଟ ଟିକାର ମାତ୍ର ୦.୦୧%। ଅର୍ଥାତ୍‌ ପ୍ରତି ୧୦ହଜାର ଟିକା ହିତାଧିକାରୀଙ୍କ ମଧ୍ୟରୁ ଜଣଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ଟିକାକରଣ ଜନିତ ପାର୍ଶ୍ବପ୍ରତିକ୍ରିୟାରେ ୪୮୮ଜଣ ହିତାଧିକାରୀଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ପ୍ରତି ୨ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ମାତ୍ର ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩୦୧ ପୁରୁଷ ଓ ୧୭୮ ମହିଳା। ଅନ୍ୟ ୯ଜଣଙ୍କର ଲିଙ୍ଗଗତ ତଥ୍ୟ ଉପସ୍ଥାପନ କରାଯାଇ ନାହିଁ। ଯେଉଁମାନଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି ସେମାନଙ୍କ ମଧ୍ୟରୁ ୨%ଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ ଟିକାକରଣ ଜନିତ ଏହି ପାର୍ଶ୍ବପ୍ରତିକ୍ରିୟା ଅତି ସାଧାରଣ ପ୍ରସଙ୍ଗ। ଅଧିକାଂଶ ପ୍ରକାର ଟିକାକରଣ କ୍ଷେତ୍ରରେ ଏପରି ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଥାଏ। ତେବେ ଏହି ସବୁ ପାର୍ଶ୍ବପ୍ରତିକ୍ରିୟା ଟିକା ବ୍ୟବହାର ସହିତ ଜଡିତ ନୁହେଁ। ଟିକାର ସୁଫଳକୁ ବିଚାର କରେ ଏହି ପାର୍ଶ୍ବପ୍ରତିକ୍ରିୟା ବହୁତ କମ୍। ଭାରତରେ ବ୍ୟବହାର ହେଉଥିବା ଟିକା ବେଶ ସୁରକ୍ଷିତ। ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ବ୍ୟବହାର କରାଯାଉଥିବାବେଳେ ଉଭୟ ଟିକାର ପାର୍ଶ୍ବପ୍ରତିକ୍ରିୟା ୦.୦୧%। ଯେତେସବୁ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି ସେଥିରୁ ୨୪,୭୦୩୨ଟି ଘଟଣା କୋଭିସିଲ୍ଡ କ୍ଷେତ୍ରରେ ଦେଖାଯାଇଛି। କୋଭାକ୍ସିନ କ୍ଷେତ୍ରରେ ୧,୪୯୭ଟି ଘଟଣା ଘଟିଛି। ​‌ଏହି ସମୟ ମଧ୍ୟରେ ୨୧କୋଟି କୋଭିସିଲ୍ଡ ଓ ୨.୫ କୋଟି କୋଭାକ୍ସିନ ଟିକା ଦିଆଯାଇଛି।

- Advertisement -

ପାର୍ଶ୍ବପ୍ରତିକ୍ରିୟା ତିନି ପ୍ରକାରର ଯଥା ସାଧାରଣ ବା ସାମାନ୍ୟ, ଗୁରୁତର ଓ ଅତି ଗୁରୁତର। ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା କ୍ଷେତ୍ରରେ ଜ୍ବର, ଯନ୍ତ୍ରଣା, ଟିକା ନେଇଥିବା ସ୍ଥାନ ଫୁଲିବା କିମ୍ବା କୁଣ୍ଡାଇହେବ। ଗୁରୁତର ପାର୍ଶ୍ବପ୍ରତିକ୍ରିୟା କ୍ଷେତ୍ରରେ ଅଧିକ ମାତ୍ରାରେ ଜ୍ବର, ଟିକା ସ୍ଥାନ ଫୁଲିବା ଓ ଯନ୍ତ୍ରଣା ହେବ। ଏହି ଯନ୍ତ୍ରଣା କ୍ରମେ ନିକଟ ଗଣ୍ଠିକୁ ବ୍ୟାପି ଅତି ଗୁରୁତର ହୋଇଥାଏ। ଅତି ଗୁରୁତର କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥାଏ। ଏଥିରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ କିମ୍ବା ଭିନ୍ନକ୍ଷମ ହୋଇଥାଏ। ଦେଶରେ ଯେତେ​‌ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି ଯେଥିରୁ ୯୫% (୨୪,୯୦୧ ଜଣ) ସାଧାରଣ। ୨% (୪୨୧ ଜଣ) ହେଉଛି ଗୁରୁତର। ୩.୩୯% (୮୮୭ ଜଣ) ହେଉଛି ଅତି ଗୁରୁତର ପାର୍ଶ୍ବପ୍ରତିକ୍ରିୟା। ଯେଉଁମାନଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି ସେମାନଙ୍କ ମଧ୍ୟରୁ ୪୨୩୦ (୧୬.୧୫%) ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories