www.samajalive.in
Monday, December 15, 2025
16.1 C
Bhubaneswar

ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୩ତମ ଶ୍ରାଦ୍ଧ ଦିବସ

କଥା ସମ୍ରାଟ ଫକିର ମୋହନ ସେନାପତି ୧୮୪୩ ମସିହା ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିବାବେଳେ ୧୯୧୮ ମସିହା ରଜ ସଂକ୍ରାନ୍ତି ଦିନ ପରଲୋକ ଗମନ କରିଥିଲେ। ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ ଓ ମହାଭାରତର ଓଡ଼ିଆ ଅନୁବାଦ କରିଥିବାରୁ ବ୍ୟାସକବି ନାମରେ ମଧ୍ୟ ପରିଚିତ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଦିନ ପାଳିତ ହେଉଛି ତାଙ୍କର ୧୦୩ତମ ଶ୍ରାଦ୍ଧ ଦିବସ। ମାତୃଭାଷା ସୁରକ୍ଷା ସଂଗ୍ରାମର ମୁଖ୍ୟ ସେନାପତି ଓ ଓଡ଼ିଆ ଗଦ୍ୟ ସାହିତ୍ୟର ଦିଗବାରେଣୀ ଭାବେ ସେ ଚିର ଅମର। ବାଲେଶ୍ୱର ସହରର ମଲ୍ଲିକାଶପୁରଠାରେ ଜନ୍ମିତ ଫକିର ମୋହନ ବହୁ ଦୁଃଖକଷ୍ଟ ମଧ୍ୟରେ ଏମଇ ସ୍କୁଲ ଯାଏ ପଢ଼଼ିଥିଲେ ହେଁ ନିଜ ସାରସ୍ୱତ ପ୍ରତିଭା, ପାଣ୍ଡିତ୍ୟ, ଓଡ଼ିଶା ପ୍ରୀତି ଓ ବିଭିନ୍ନ ଗଡ଼ଜାତରେ ଦେବାନ ଭାବେ ଦକ୍ଷତାର ସହ କାର୍ଯ୍ୟ ପାଇଁ ବ୍ରିଟିଶ ଅଧିକାରୀ, ଉତ୍କଳ ଗୌରବ ମଧୁବାବୁ, କବିବର ରାଧାନାଥ ରାୟ, ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ପ୍ରିୟପାତ୍ର ହୋଇପାରିଥିଲେ।

ଅନେକ ପାଠ୍ୟପୁସ୍ତକ ରଚନା ଓ ନାରୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଶଗଡ଼ରେ କଲିକତାରୁ ମୁଦ୍ରଣ ଯନ୍ତ୍ର ଆଣି ସମ୍ବାଦବାହିକା ନାମରେ ଖବରକାଗଜ ପ୍ରକାଶ କରିଥିଲେ। କେତେକ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ଭାଷାର ବିଲୋପ ପାଇଁ ଚକ୍ରାନ୍ତ କରିଥିବାବେଳେ ଫକିର ମୋହନ ଦୁର୍ବାର ସଂଗ୍ରାମ ଚଳାଇ ମାତୃଭାଷାକୁ ବଞ୍ଚାଇଥିଲେ। ରେବତୀ, ପେଟେଣ୍ଟ ମେଡିସିିନ, ଡାକ ମୁନ୍‌ସି, ରାଣ୍ଡୀ ପୁଅ ଅନନ୍ତା ଆଦି ଗପ ଏବଂ ଛ ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ୍ତ ଆଦି କାଳଜୟୀ ଉପନ୍ୟାସ ରଚନା କରି ସେ ଓଡ଼ିଆ ଭାଷାସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି।

- Advertisement -

ଫକିର ମୋହନ ୧୯୧୭ରେ ଉତ୍କଳ ସମ୍ମିଳନୀ ଅଧିବେଶନର ସଭାପତି ହୋଇଥିବାବେଳେ ବାମଣ୍ଡାର ସୁର ତରଙ୍ଗିଣୀ ସାରସ୍ୱତ ସମିତି ପକ୍ଷରୁ ତାଙ୍କୁ ସରସ୍ୱତୀ ଉପାଧି ପ୍ରଦାନ କରାଯାଇଥିଲା। ପୁଣ୍ୟ ଶ୍ରାଦ୍ଧ ତିଥିରେ ତାଙ୍କୁ ପ୍ରଣାମ ଜଣାଇ ଆମର ଗଭୀର ଶ୍ରଦ୍ଧାଞ୍ଜଳି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories