www.samajalive.in
Tuesday, December 9, 2025
26.1 C
Bhubaneswar

ଭିଡିଓ ବାର୍ତା ଜରିଆରେ ରଜ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଗଣ ପର୍ବ ‘ରଜ’ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଉଣୀ, ଗୁରୁଜନ ମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ରଜ ଉତ୍ସବ ଅବସରରେ ଓଡ଼ିଶାବାସୀଙ୍କୁ କୋଭିଡ୍‍ ନିୟମ ମାନିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକାକରଣ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।
ଭିଡିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜାକରିବାର ବା ସମ୍ମାନ ଜଣାଇବା ହେଉଛି ‘ରଜ’ ପର୍ବର ଅନନ୍ୟ ପରମ୍ପରା।

ଆଜିର ଦିନରେ ଶ୍ରୀମନ୍ଦିରରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ଦେବ ମନ୍ଦିରରେ ସ୍ୱତନ୍ତ୍ର ଭାବରେ ପୂଜାର୍ଚ୍ଚନା କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର। ଏଣୁ ଏହା ଜନମାନସକୁ ପ୍ରଭାବିତ କରିଥାଏ। ଆଜିର ଦିନ ଆନନ୍ଦ ଉଲ୍ଲାସ, ମଉଜ ମଜଲିସ୍‍, ପିଠାପଣା, ନୂଆ ପୋଷାକ ପରିଧାନ, ଯାତ୍ରା, ଭ୍ରମଣ, ନାଚ ଗୀତ, ନାଟକ, ସଭା, ପାଠୋତ୍ସବ ଇତ୍ୟାଦିର ଦିନ। ନିଜର ବନ୍ଧୁ ମାନଙ୍କୁ ଚର୍ଚ୍ଚା କରିବା, ଖିଆପିଆ ଓ ଭାବର ଆଦାନ ପ୍ରଦାନରେ ଅଂଶୀଦାର ହେବା ବନ୍ଧୁ ମିଳନର ଏକ ଭିନ୍ନ ପର୍ବ ରଜ।
ଆଜି ଦୁନିଆ ଆମକୁ ଭିନ୍ନ ଏକ ସ୍ଥାନରେ ଛିଡ଼ା କରିଛି। କରୋନା ମହାମାରୀ କାରଣରୁ ଆମେ ସମସ୍ତେ ଘରେ ରହି ରଜ ପାଳନ କରୁଛୁ। ବର୍ତମାନ ସମୟରେ ମାସ୍କ୍‍ ପିନ୍ଧିବା, ଟିକା ନେବା ଆମ ପାଇଁ ହୋଇଛି ବଡ଼ ଦାୟିତ୍ୱ। ସାମାଜିକ ଦୂରତା ରକ୍ଷା କରିବା, ସଫା ସୁତୁରା ରହିବା ତଥା କରୋନା ସଚେତନତା ପାଳନ କରିବା ଆମ ପାଇଁ ହୋଇଛି ସୁରକ୍ଷା କବଚ।
କରୋନା ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଟିକା ଅଭିଯାନରେ ସାମିଲ ହେବା ପାଇଁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। ଜୁନ ୨୧ରୁ ଆରମ୍ଭ ହେଉଥିବା ମାଗଣା ଟିକା ଅଭିଯାନରେ ସମସ୍ତେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories