www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ଟିକାକରଣ ସଚେତନତା ସୃଷ୍ଟି କଲା ଗଜପତି ଜିଲା ପ୍ରଶାସନ, ୩୦୦ ଟିକାନେଲେ ଲାଞ୍ଜିଆ ସଉରା

ମୋହନା: ମହାମାରୀ କରୋନାର ଗୁଜବ ପ୍ରଚାର ସାମାଜିକ ଗଣମାଧ୍ୟରେରେ ଦେଖି ପଢ଼ି ଭୟଭିତ ହୋଇ ଆଦିବାସୀ ସମ୍ପ୍ରଦାୟର ଅନେକ ଲୋକ ଟିକା ନେବା ପାଇଁ ମନା କରିଦେଉଛନ୍ତି। ଏପରିକି ନିଜ କୋଭିଡ଼ ପରୀକ୍ଷା ମଧ୍ୟ କରାନ୍ତି ନାହିଁ । କିନ୍ତୁ ଗଜପତି ଜିଲାପାଳ ଅନୁପମ ସାହାଙ୍କ ନିର୍ଦେଶ କ୍ରମେ ବିଡ଼ିଓ ସାର୍ଥକ ସୌରଭ ମହାପତ୍ର ମୋହନା ବ୍ଲକର ଚନ୍ଦ୍ରଗିରୀ ଅଞ୍ଚଳରେ ବସବାସ କରୁଥିବା କିଛି ଗ୍ରାମରେ ଲାଞ୍ଜିଆ ସଉରାଙ୍କୁ କରୋନା ଟିକାକରଣ ପାଇଁ ସେମାନଙ୍କୁ ବୁଝାସୁଝା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଫଳରେ ପ୍ରଥମ ଦିନରେ ୧୫ଜଣ ଲାଞ୍ଜିଆ  ସଉରା କରୋନା ଟିକା ନେଇଥିଲେ। ଏହାପରେ ସେମାନେ ସୁସ୍ଥ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଫଳରେ ସେମାନଙ୍କୁ ଦେଖି ଅନ୍ୟମାନେ କରୋନା ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏବେ ଗୋଟିଏ ସପ୍ତାହ ମଧ୍ୟରେ ୩ଶହର ଅଧିକ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକେ କରୋନା ଟିକା ନେଇ ସାରିଛନ୍ତି ଏବଂ ସେମାନେ ସୁସ୍ଥ ଅଛନ୍ତି। ଆଗାମୀ ଦିନରେ ଏଭଳି ଗ୍ରାମ ଗୁଡ଼ିକରେ ଅଧିକ ସଚେତନ କରାଇ ସମସ୍ତଙ୍କୁ ଟିକା କରଣ କରାଯିବ ବୋଲି ବିଡ଼ିଓ ମହାପାତ୍ର କହିଛନ୍ତି।

- Advertisement -

ଗଜପତି ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲାଞ୍ଜିଆ ସୌରା। ସ୍ଥାନୀୟ ଜଙ୍ଗଲରୁ ବନ୍ୟଯାତ ସାମଗ୍ରୀ ସଂଗ୍ରହ କରି ନିଜ ଜୀବିକା ନିର୍ବାହ କରୁଥିବାବେଳେ ଶରୀରର ଯତ୍ନ ନେବା ପାଇଁ ସେମାନେ ପାହାଡିଆ ଚେରମୂଳି ଔଷଧ ବ୍ୟବହାର କରନ୍ତି। ଲାଞ୍ଜିଆ ସୌରାଙ୍କୁ ସଚେତନତା ସୃଷ୍ଟି କରାଯିବା ପରେ କରୋନା ଟିକାକରଣ ଅଭିଯାନ ସଫଳ ହୋଇଛି ଏବଂ ଏହି ବର୍ଗର ଅଧିକାଂଶ ଆଦିବାସୀ ଟିକା ନେଇଥିବାରୁ ଜିଲା ପ୍ରଶାସନକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଲାଞ୍ଜିଆ ସଉରା ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଦକ୍ଷିଣାଞ୍ଚଳ ପାର୍ବତ୍ୟ ଅଞ୍ଚଳରେ ବସବାସ କରିଥା’ନ୍ତି। ସେମାନେ ବେଶ୍‌ ଉଦ୍ୟୋଗୀ। ସେମାନେ ପାହାଡ଼ କାଟି ଧାନଚାଷ ପାଇଁ ଜଳପରିଚାଳନା ବ୍ୟବସ୍ଥା ନିଜେ କରିଥା’ନ୍ତି ଏବଂ ଫଳ ଉପବନ ସୃଷ୍ଟି କରିଥା’ନ୍ତି। ସେମାନେ କଳାକାର ଓ ନିଜେ ସଙ୍ଗୀତ ପ୍ରସ୍ତୁତ କରି ଗାନ କରିଥାନ୍ତି। ଏହି ଜନଜାତି ସୁନ୍ଦର ଚିତ୍ରମାନ କାନ୍ଥରେ ଅଙ୍କନ କରିଥା’ନ୍ତି। ଏହା ବିଶ୍ୱପ୍ରସିଦ୍ଧ। ସେମାନେ ଅନେକ ଦେବଦେବୀଙ୍କୁ ପୂଜା କରିଥାନ୍ତି। ଓଡ଼ିଶା ଆଦିମ ଜନଜାତି ଶ୍ରେଣୀର ଏହି ସଉରା ଜନଜାତି ୨୫ଟି ଭାଗରେ ବିଭକ୍ତ। ଲାଞ୍ଜିଆ ହେଉଛନ୍ତି ସଉରା ସଉରା ଜନଜାତିର ଏକ ଅଂଶ।

ଲାଞ୍ଜିଆ ସଉରା ଜନଜାତି ମୁଖ୍ୟତଃ ଗଜପତି, ରାୟଗଡ଼ା(ପୂର୍ବାଞ୍ଚଳ ଘାଟ)ଠାରେ ବସବାସ କରିଥାନ୍ତି। କାନ୍ଥରେ ଚିତ୍ର କରିବା, କାଠଖୋଦେଇ, ପଥର କାଟିବା ଓ ଜଳ ପରିଚାଳନା, କାଜୁ ଚାଷ ଓ ପ୍ରକ୍ରିୟାକରଣ ସହିତ ସେମାନେ ପୋଡ଼ୁଚାଷ, ଉଦ୍ୟାନକୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ପୋଷାକଶୈଳୀ ଅନୁସାରେ ଏହି ସଉରା ଜନଜାତିଙ୍କୁ ଲାଞ୍ଜିଆ ସଉରା ନାମରେ ନାମିତ କରାଯାଇଛି। ସଉରା ମହିଳାମାନେ ଅଧିକ ଅଳଙ୍କାର ବ୍ୟବହାର କରନ୍ତି ନାହିଁ। କାନରେ ଝୁଲା ଅଳଙ୍କାର ଓ କପାଳର ମଧ୍ୟ ଭାଗରେ ଚିତା କୂଟାଇଥାନ୍ତି। ପାହାଡ଼ର ଶୀର୍ଷରେ ସେମାନେ ଘର ତିଆରି କରିଥା’ନ୍ତି । ସେମାନଙ୍କର ଆକର୍ଷଣୀୟ ଚିତ୍ରକଳା ‘ଇଡିତାଲ’୍‌ ନାମରେ ନାମିତ। ସେମାନଙ୍କର ମୁଖ୍ୟ ପର୍ବ ହେଉଛି ବାରୁଇସିମ୍‌-ବୁରୋ-ଏନ୍‌-ଏ-ଅଦୁର୍‌, ଗାନୁଗେ-ଏନ୍‌-ଏ-ଅଦୁର, ଓସା-ନା-ଅଦୁର, ରାଗୋ-ଏନ୍‌-ଏ-ଅଦୁର, କୋନ୍‌ଡାମ୍‌-ଏନ୍‌-ଏ-ଅଦୁର୍‌ ଇତ୍ୟାଦି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories