www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରତିମାସରେ ଗ୍ରାମାଞ୍ଚଳ ବିକାଶ ପାଇଁ ତେଲେଙ୍ଗାନା ସରକାର ଦେବେ ୩୩୯ କୋଟି ଟଙ୍କା

ହାଇଦରାବାଦ: ତେଲେଙ୍ଗାନା ସରକାର ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରତିମାସରେ ୩୩୯ କୋଟି ଟଙ୍କା ଯୋଗାଇଦେବେ। ତାହାସହିତ ସହରାଞ୍ଚଳ ବିକାଶ ନିମନ୍ତେ ମାସକୁ ୧୪୮ କୋଟି ଟଙ୍କା ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଏକ ନୂଆ ପଞ୍ଚାୟତିରାଜ ଓ ମ୍ୟୁନିସିପାଲିଟି ଆଇନ ଆଣିଥିବା କହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏଭଳି ଏକ ଉଦ୍ୟମ ଦେଶରେ ପ୍ରଥମ ଥର କରାଯାଉଥିବା ସେ କହିଛନ୍ତି। ରାଜ୍ୟ ସରକାର ଗ୍ରାମ ଏବଂ ମ୍ୟୁନିସିପାଲିଟିଗୁଡିକୁ ବିପୁଳ ଆର୍ଥିକ ସହାୟତା ଯୋଗାଇଦେବା ସହିତ ରାଜ୍ୟରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଘୋଷଣା ମୁତାବକ ପ୍ରତି ମାସରେ ଏହି ଅର୍ଥ ଯୋଗାଇ ଦିଆଯିବ। ସେଥିରେ ତିଳେହେଲେ ଅବହେଳା କରାଯିବ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି ଯେ ସରକାର କରୁଥିବା ଯୋଜନାଗୁଡିକ ସଫଳ କରାଇବାରେ ପଞ୍ଚାୟତିରାଜ ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ କାହିଁକି ବିଫଳ ହେଉଛନ୍ତି ତାହା ସରକାର ଜାଣିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ଅଚାନକ ଗସ୍ତ ସମୟରେ ଯଦି କେହି ଏଥିରେ ଖିଲାପ କରୁଥିବା ଲକ୍ଷ୍ୟ କରାଯାଏ ତେବେ ତାଙ୍କୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ ଯେ ରାଜ୍ୟରେ ‘ପଲ୍ଲି ଆଣ୍ଡ ପଟ୍ଟନା ପ୍ରଗତି’ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଜୁନ୍‍ ୧୯ରୁ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳଗୁଡିକୁ ସେ ଅଚାନକ ଗସ୍ତ କରିବେ ଏବଂ ସମଗ୍ର ରାଜ୍ୟରେ ପଞ୍ଚାୟତିରାଜ ଓ ମ୍ୟୁନିସିପାଲିଟି କର୍ମଚାରୀମାନେ କିଭଳି କାର୍ଯ୍ୟ କରୁଛନ୍ତି, ତାହା ତଦାରଖ କରିବେ। ରାଜ୍ୟର ଗ୍ରାମାଞ୍ଚଳ ଓ ମ୍ୟୁନିସିପାଲିଟିଗୁଡିକରେ ଏପର୍ଯ୍ୟନ୍ତ କେଉଁ କାର୍ଯ୍ୟ କରାଯାଇସାରିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସରକାରୀ ଅଧିକାରୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଏବଂ ଲୋକଙ୍କ ସମସ୍ୟା ବୁଝିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories